STORYMIRROR

Narayan chandra Nayak

Classics

4  

Narayan chandra Nayak

Classics

କାଳିଆ ଯାଉଛି ମାଉସୀ ଘର

କାଳିଆ ଯାଉଛି ମାଉସୀ ଘର

1 min
10

🙏କାଳିଆ ଯାଉଛି ମାଉସୀ ଘର🙏

ଆଷାଢ଼ ଶୁକ୍ଲ ଦ୍ବିତୀୟା ତିଥିରେ
ଭାଇ ଭଉଣୀଙ୍କୁ ସାଥିରେ ନେଇ
କାଳିଆ ଯାଉଛି ମାଉସୀଘର
ରତ୍ନବେଦୀକୁ ଛାଡି ନ'ଦିନ ପାଇଁ। 

କି ସୁନ୍ଦର ମଥାରେ ଟାହିଆ ଭିଡି
ଝୁଲି ଝୁଲି ହଲି ହଲି ମୁରୁକି ହସି
କାଳିଆ ଆସୁଅଛି ପହଣ୍ଡି ହୋଇ
ଭକ୍ତଙ୍କ ମେଳରେ ହୋଇକି ଖୁସି। 

ଭକତ ହୋଇଲେ ଆତ୍ମବିଭୋର
ନନ୍ଦିଘୋଷରେ ଦେଖି କଳା ବାମନ
ଘଣ୍ଟ ଘଣ୍ଟା ଶଙ୍ଖମ୍ରୁଦଙ୍ଗର ଧ୍ବନିରେ
ବଡ଼ଦାଣ୍ଡରେ ଖେଳିଗଲା କମ୍ପନ। 

ଅବିରତ ବରଷାକୁ ଖାତିର ନକରି
ଭକତମାନେ ଧରିଲେ ରଥ ଦଉଡ଼ି
ଜୟ ଜଗନ୍ନାଥ ଜୟ ଜଗନ୍ନାଥ କହି
ଶ୍ରଦ୍ଧାଭକ୍ତିରେ ରଥକୁ ନେଲେ ଭିଡ଼ି। 

ମାଉସୀ ଘର ନିକଟରେ ପହଞ୍ଚିଲେ
ଶରଧାବାଲି ପାରି ହୋଇ ତିନିରଥ
ନୀତିକାନ୍ତି ସାରି ତରତର ହୋଇଲେ
ଜନ୍ମବେଦୀକୁ ଯିବାକୁ କଳା ସାଆନ୍ତ। 

ଗୁଣ୍ଡିଚା ମାଉସୀ ଶ୍ରଦ୍ଧାରେ ଅଛନ୍ତି ଚାହିଁ
ତିନି ଠାକୁରଙ୍କୁ ପାଛୋଟି ନେବା ପାଇଁ
ପ୍ରସ୍ତୁତ କରି ରଖିଛନ୍ତି ନାନା ବ୍ଯଞ୍ଜନ
କାଳିଆ, ବଳିଆ, ଚାନ୍ଦମୁହିଁଙ୍କ ପାଇଁ। 

କ୍ଷୀରି ଖଜା କାନିକା ପୋଡପିଠା ଖାଇ
ସୁବାସିତ ପାନ ଖାଇ ଅଧର ରଙ୍ଗେଇ
ଆଡପ ମଣ୍ଡପେ କରିବ ଲୀଳାଖେଳା
ସାରା ଜଗତକୁ ଜନ୍ମପୀଠର ମହତ୍ତ୍ବ କହି। 
🙏🙏🙏🙏🙏🙏🙏🙏🙏
                ନାରାୟଣ ଚନ୍ଦ୍ର ନାୟକ 
                ଜାମସେଦପୁର








































ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics