STORYMIRROR

Narayan chandra Nayak

Classics

4  

Narayan chandra Nayak

Classics

ମୌସୁମୀ ଖେଳୁଛି ଲୁଚକାଳି

ମୌସୁମୀ ଖେଳୁଛି ଲୁଚକାଳି

1 min
13

ମୌସୁମୀ ଖେଳୁଛି ଲୁଚକାଳି

ଦାରୁଣ ନିଦାଘର ପ୍ରକୋପେ
ଯେବେ ଗ୍ରୀଷ୍ମରେ ଉଡିଲା ହଂସା
ବରଷିଲା ମଉସୁମୀ ବରଷା
ଶୁଷ୍କ ଧରା ବୁକୁରେ ସଂଚାରି ଆଶା। 

ପ୍ରଚଣ୍ଡ ରୌଦ୍ରତାପକୁ ଦୂରେଇ
ପ୍ରବେଶ କରିଲା ବରଷା କାଳ
ମଧୁର ବାସନା ବିତରି ଫୁଟିଲେ
ଯୁଇ ଯାଇ ହେନା କଦମ୍ବ ଫୁଲ। 

କଳା ମେଘମାଳା ଦେଖି ନଭରେ
ସ୍ମିତ ହାସ୍ଯ ଭରି କୃଷକ ଭାଇ
ତରତର ହୋଇ ହଳଲଙ୍ଗଳ ଧରି
ବାହାରିଲେ କ୍ଷେତକୁ ଚଷିବା ପାଇଁ। 

ଭିଜା ମାଟିର ମଧୁର ବାସନାରେ
ପୁଲକିତ ହୋଇ ଉଠିଲା ତନୁମନ
ଆଷାଢ଼ର ପହିଲି ବରଷା ପରଶେ
ପ୍ରଶମିତ ହେଲା ନିଦାଘର କଷଣ। 

କଳା ମେଘମାଳା ଘୋଟି ଆସିଲା
ବିଜୁଳି ଚମକିଲା ଚକ୍ ଚକ୍ କରି
ଘନଘନ ଘଡ଼ଘଡ଼ି ଗର୍ଜନ କରିଲା
ଧରିତ୍ରୀ ମାତାଙ୍କ ବକ୍ଷ ଉଠିଲା ଥରି। 

କଳା ମେଘ ଖଣ୍ଡ ଦେଖି ଗଗନେ
ଆତ୍ମହରା ହୋଇ ନାଚିଲା ଶିଖି
କେଁ କଟର ଶବଦ କରି ମଣ୍ତୁକ
ସାରୁ ବୁଦା ମୂଳରୁ ଦେଲାଣି ଡାକି। 

ଆଷାଢ଼ର ପହିଲି ବରଷା ପରଶେ
ରୁଗ୍ଣ କ୍ଲାନ୍ତ ତରୁଲତା ଉଠିଲେ ହସି
ନିଦାଘର କଷଣକୁ ଦୂରୀଭୂତ କରି
ମୌସୁମୀ ବରଷା ବାଣ୍ଟୁଥିଲା ଖୁସି। 

ପ୍ରତିବର୍ଷ ପରି ଆସିଥିଲା ମୌସୁମୀ
ଜୀବଜନ୍ତୁଙ୍କ ହିତକୁ ସାଧିବା ପାଇଁ
ଆକାଶରେ ମେଘ ଘୋଟି ଆସୁଛି
ନ ବରଷି କାହିଁ ଯାଉଛି ଉଭେଇ। 

ଏଲ୍-ନିନୋର ପ୍ରଭାବ ଫଳରେ
ଚଳିତ ବର୍ଷ କି ବ୍ଯତିକ୍ରମ ହେଲା
ବର୍ଷାଋତୁରେ ପ୍ରଚଣ୍ଡ ଖରା ହେଲା
ମୌସୁମୀ ବରଷା କାହିଁ ଲୁଚିଗଲା। 
⛈️🔆⛈️🔆⛈️🔆⛈️🔆⛈️
                ନାରାୟଣ ଚନ୍ଦ୍ର ନାୟକ
                ଜାମସେଦପୁର















































ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics