STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ରୁତୁ ଚକ୍ରେ‌ ଶରତ

ରୁତୁ ଚକ୍ରେ‌ ଶରତ

1 min
377


ରୁତୁଚକ୍ରେ‌ ଆସି ଧରାରେପ୍ରବେଶି ଆଙ୍କିଦିଏ କେତେ ଚିତ୍ର

କେଦାରେ ଶ୍ୟାମଳ ଶସ୍ୟଶାଳିନୀ ସୁନ୍ଦରଦିଶେ ସେ ଦୃଶ୍ୟ

ସନ୍ଧ୍ୟା ଆକାଶରେ ନିର୍ମଳ ଜୋଛନା ମନକୁ କରେ ମୋହିତ

ନିର୍ମଳ ଆକାଶୁ ଚନ୍ଦ୍ର ମଣ୍ଡଳ କି କରି ଦେଇଅଛି ମନ୍ତ୍ର ।।


ଫୁଲର ପସରା ଫେଇଦେଇ ଧରା ପବନେ ବୁଣେ ସୁରଭି

ବିଚିତ୍ର ସ୍ଵର୍ଗିୟ ରୂପ ର ସମ୍ଭାର ମନୋରମ ୟେ ପ୍ରକୃତି

ମରତ ଏ ରୂପେ ଶରତ ଶୋଭାରେ ବିହ୍ଵଳିତ ପରା ଆଜି

ଶୁଭ୍ରମୟ ଶୁଭ ମଙ୍ଗଳ ସକାଳ ତହୁଁ ବଳି ଦିଶେ ରାତି ।।


ଏରୁତୁ ପାର୍ବଣ ତିଥିରେ ତୁଷାରେ ଶୁଭ୍ରମୟ ମେରୁ ଗିରି

ପରେ ଆବିର୍ଭାବ ଦଶଭୂଜା ଦୁର୍ଗା ହସ୍ତେ ଶଙ୍ଖ ଚକ୍ର ଧରି

ଭୂମି ଭୂମା କରି ଏକାକାର କରେ ଦମନ ମହିଷାସୁର 

ମର୍ଦ୍ଦନ କରିବେ ଦୁଷ୍ଟ କଉଣପ ଦେବୀ ବଦ୍ଧପରିକର ।।


ମରିବ ରାକ୍ଷସ ହଟିବ ଅନ୍ଧାର ଜଳିବ ଆଶା ଆଲୋକ

ତେଣୁ ତା ପଙ୍କଜ ପୟରେ ଶରଣ ଯାଇଛନ୍ତି ତିନିଲୋକ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics