Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Classics Others

4  

Prabhati Mahapatra

Classics Others

ଜୟ ମା' ଦୁର୍ଗା

ଜୟ ମା' ଦୁର୍ଗା

1 min
325



ମାଗୋ କୃପାମୟୀ ତୋର ପାଦ ଧ୍ୟାୟୀ

ଚାଲେ ଲୋ ପ୍ରଭାତୀ ଗତି

ତୁହି ମାତା ଦୁର୍ଗା ଅଭୟ ବରଦା

ତୋ ପୟରେ ବାଢ଼େ ସ୍ତୁତି ।

ଧୀର ସମୀରଣ ବର୍ଷା ଆଗମନ

ଆଷାଢ଼ର ଆବିର୍ଭାବ

ତୋ ମୁହଁ ଝଲସେ ଗଗନ ଛାତିରେ

ଜଗାଏ ପୁଲ୍ଲକ ଭାବ ।

ଅନୁନୟ ମୋର ଏତିକି ମା ଲୋ

ତୋର ସ୍ପର୍ଶେ ହସୁ ଧରା

ଆଶୀର୍ବାଦ ଦେଇ ରଖୁବୁ ଜଗତ

ବରଷି ଅମୃତ ଧାରା ।

ସକଳେ ତୋହରି ସନ୍ତାନ ପରି ମା

ଭେଦ ଭାବ ଭୂଲି ଯିବୁ

ଅସୁର ବିନାଶି ମେଦିନୀ ଉଶ୍ଵାସୀ

ସଂସାରକୁ ଉଦ୍ଧାରିବୁ ।

ହେ ଗିରି ତନୟା କରୁ ଥିବୁ ଦୟା

ହୃଦୟେ କରୁଣା ରଖି

ଅନ୍ତିମ ସଂଧ୍ୟାରେ ତୁହି ମା ଭରସା

ଜୀବନକୁ କର ସୁଖି ।

ଦେବ ମହାଦେବ ବିଷ୍ଣୁ ବ୍ରହ୍ମଦେବ

ଯା ନାମେ କରନ୍ତି ସ୍ତୁତି

ମୁହିଁ ମୁଢ ମତି କି ଅବା ଲେଖିବି

ତୋର ଗଉରବ କୀର୍ତ୍ତି ।

ପୂର୍ଣ୍ଣ ଚନ୍ଦ୍ର ପରି ତୋ ସ୍ନେହ ଶୀତଳ

ପୁଣି ଉଷ୍ଣପ୍ରସ୍ରବଣ

ଯେଉଁ ରୂପେ ତୋର ଦୟା ଅରଜିଲେ

ଜୀବନ ହୁଅଇ ଧନ୍ୟ ।

ଶକ୍ତି ପ୍ରଦାୟିନୀ ସିନ୍ଦୂର ମଣ୍ଡିନୀ

ଭୟ ଭ୍ରାନ୍ତି କର ଦୂର

ଚିର ପୂଜ୍ୟନୀୟା ହେ ଗିରି ତନୟା

ଭକ୍ତେ ଥାଉ ଭାବ ଡୋର ।

ନୟନରେ ଦିଅ ଜ୍ୟୋତିର ପ୍ରକାଶ

ସତ୍ୟ ରାହା ହେଉ ସାଥୀ

ସର୍ବଦା ମାତା ଲୋ ସେହି ରଥେ ମୋର

ଥିବୁ ଦୁଃଖେ ସୁଖେ ରଥୀ ।


Rate this content
Log in

Similar oriya poem from Classics