STORYMIRROR

Bijoy Jena

Classics Inspirational Others

4  

Bijoy Jena

Classics Inspirational Others

ସକାଳର ଜଣାଣ

ସକାଳର ଜଣାଣ

1 min
300


ବାଇମନ ଦିନେ ଭଜି ନପାରିଲୁ

    ଜଗବନ୍ଧୁ କାଳିଆକୁ

ମହୋଦଧି କୂଳ  ଉଛୁଳି ପଡଇ

   ପାଦ ତାର ଧୋଇବାକୁ

    ସେହି ଆରାଧ୍ୟ ତୋର

ଧନ ଯଉବନ  ହେଲା ଅସାର

   ଏବେ ଆଶ୍ରା ତୋହର।

ଜୀବନରେ କେତେ ପାପ ନକରିଛୁ

    ଧ୍ୟାନ ଦିଅ ସେ କଥାକୁ

ବୟସ ଯେକୂଳ  ଅତଡ଼ା ଖାଉଛି

    ଭଜ ଭଜ କାଳିଆକୁ।

    ସେହି ଆରାଧ୍ୟ ତୋର

ବାକି ଜୀଵନ ତୋ ହେବ ମଧୁର

    ସେହି କଳା ଠାକୁର।

କିସ ଘେନିଯିବୁ ସାଥିରେ ତୋହର

     ନଯିବେ କେହି ପାଖକୁ

ଏକା ଧର୍ମ ବଳ ସଙ୍ଗତେ ତୋ ଯିବ

    କାଳିଆ ଶରଣ ନେବୁ।

    ସେହି ଆରାଧ୍ୟ ତୋର

ମନୁ ପାପ ଚିନ୍ତା କର ହେ ଦୂର

   ଏବେ ଆଶ୍ରା ତୋହର।

ରତ୍ନ ସିଂହାସନେ ସୁନ୍ଦର ଦିଶନ୍ତି

   ଦେଖ ଚତୁର୍ଦ୍ଧା ମୂର୍ତ୍ତିକୁ

ପଣ୍ଡା ପଢିଆରୀ ଡାକନ୍ତି ମଣିମା

   ଜଗତର କଲ୍ୟାଣକୁ।

   ସେହି ଆରାଧ୍ୟ ତୋର

ଭଜ ବାଇମନ ତାଙ୍କ ପୟର

   ଏବେ ଆଶ୍ରା ତୋହର।

ମାୟା ବିଜଡିତ ସମଗ୍ର ଶରୀର

   ଭଲ ଟିକେ ଦେଖିବାକୁ

ସୁଯୋଗ ପାଇନୁ ଜୀଵନ ପଥରେ

  ଏବେ ଚିନ୍ତ ମନ ତାଙ୍କୁ

 ସେହି ଆରାଧ୍ୟ ତୋର

ଦିନ ବିଜୟ ଯେ ଭଣତି କରୁଛି

   ଏବେ ଆଶ୍ରା ତୋହର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics