STORYMIRROR

Sasmita Nishank

Classics

4  

Sasmita Nishank

Classics

କର୍ଣ୍ଣଙ୍କ ଧର୍ନୁବିଦ୍ୟା ଶିକ୍ଷା

କର୍ଣ୍ଣଙ୍କ ଧର୍ନୁବିଦ୍ୟା ଶିକ୍ଷା

1 min
247


ସୂର୍ଯ୍ୟଙ୍କର ପୁତ୍ର, ମହାପ୍ରତାପି କର୍ଣ୍ଣ।             

କୁନ୍ତିଙ୍କ କୋଳରେ, ନେଲେ ଜନମ।               

କୁଆଁରୀ ଲଜ୍ଜ୍ୟାକୁ, ଲୁଚେଇବା ପାଇଁ।             

କର୍ଣ୍ଣଙ୍କୁ ତ୍ୟାଗିଲେ, ନଦୀରେ ନେଇ। 

ସୂର୍ଯ୍ୟଙ୍କ ଭାତି ମୁଖେ, ତେଜ ପ୍ରବଳ।            

ଜନ୍ମରୁ ସଂଯୁକ୍ତ ଦେହେ, କବଚ, କୁଣ୍ଡଳ।          

ଭାସି ଭାସି ଗଲେ, ନଦୀର ସ୍ରୋତେ।           

ପହଞ୍ଚଲେ ଯାଇ, ଧୋବାର ତୁଠେ।

ଅଧିରଥ ନାମେ, ଧୋବା ପାଇଲା।              

ଯିଏ ଭୀଷ୍ମଙ୍କ ରଥରେ, ସାରଥୀ ଥିଲା।   

ପିଲାଦିନୁ ଧର୍ନୁବିଦ୍ୟାରେ କର୍ଣ୍ଣ, ଆଗ୍ରହ ଥିଲା।      

ହେଲେ ଏ ସମାଜ ତାକୁ, ଗ୍ରହଣ ନକଲା।

ସାରଥୀର ପୁତ୍ର ଯେବେ, ହୋଇବ ଯୋଦ୍ଧା। 

କ୍ଷେତ୍ରୀୟଙ୍କ ପଥେ ତେବେ, ଆସିବ ବାଧା।          

ଧି, ଧି କାର କଲା ତାଙ୍କୁ, ଏଇ ସମାଜ।     

ସହିନପାରି ଗୃହତ୍ୟାଗ, କରିଲେ ଆର୍ଯ୍ୟ।

ଧର୍ନୁଧରି ମିଳିଲେ ଯାଇ, ଦ୍ରୋଣାଚାର୍ଯ୍ୟଙ୍କ ନିକଟ।  

ମନର ଅଭିଳାଷ କର୍ଣ୍ଣ, କରିଲେ ପ୍ରକଟ।       

ଶୁଦ୍ରପୁତ୍ର କହି ଆଚାର୍ଯ୍ୟ, ଅପମାନ ଦେଲେ।      

ସବୁଠୁ ଶ୍ରେଷ୍ଠ ଯୋଦ୍ଧା ହେବାପାଇଁ କର୍ଣ୍ଣ, ପ୍ରତିଜ୍ଞା କରିଲେ। 

ଧର୍ନୁଧରି ପହଞ୍ଚିଲେ ଯାଇ, ପର୍ଶୁରାମଙ୍କ ପାଶେ।  

କହିଲେ ଆସିଛି ମୁହିଁ, ଧର୍ନୁବିଦ୍ୟା ଆଶେ।       

ବ୍ରାହ୍ମଣ ବୋଲି ନିଜର, ମିଛ ପରିଚୟ ଦେଲେ।

ଛଳନାରେ ଧର୍ନୁବିଦ୍ୟା, ପ୍ରାପ୍ତ କରିନେଲେ। 

ପର୍ଶୁରାମଙ୍କର କର୍ଣ୍ଣ ଥିଲେ, ଅତି ପ୍ରିୟ ଶିଷ୍ୟ।    

ହେଲେ ମିଛର ପରିଣାମରେ ସେ, ପାଇଥିଲେ ଅଭିଶାପ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics