STORYMIRROR

Sasmita Nishank

Others

3  

Sasmita Nishank

Others

"ସମୟ"

"ସମୟ"

1 min
253

ସମୟ ସ୍ରୋତରେ ଜୀବନର ଗତି,                

   ଜଣାପଡ଼େ ନାହିଁ ଦିନ କିବା ରାତି..........              

ବୁଝିହୁଏ ନାହିଁ ଦୁନିଆର ରୀତି, ନୀତି,  

     ରହିଯାଏ ପୁଣି କାହିଁ କେତେ କୀର୍ତ୍ତି..........

ସମୟ ପାଖରେ ସଭିଏଁ ଯେ ଦାସ,               

   କେବେ ମିଳେ ଖୁସି, କେବେ ଲିଭିଯାଏ ଓଠରୁ ଭି ହସ.......  

ସମୟ ସାଜଇ କେବେ ନାଗଫାଶ,      

   ସମୟ ସାଙ୍ଗରେ କିଏ ହୋଇଯାଏ ଶେଷ..........

କେତେ ସାରା ସୃତି ମନରେ ବସାଏ,    

 କେବେ କନ୍ଦାଏ ତ କେବେ ସେ ହସାଏ..........        

  ଜୀବନକୁ ସାମ୍ନା କରିବା ଶିଖାଏ,    

   କେବେ ଲୋକଙ୍କର ଅସଲି ଚେହେରା ଦେଖାଏ......... 

ସମୟର ଚକ ଘୁରୁଥାଏ ସଦା,          

    ଜୀବନରେ ଆସୁ ଯେତେ ବିଘ୍ନ, ବାଧା..........       

    ଲଢ଼ୁଥିବା ପଛେ ହରିବାନି କଦା,      

          ମିଲୁ କି ନମିଳୁ ଜୀବନେ ଫାଇଦା.............

ସମୟ ସାଥେ ଯେ ତାଳଦେଇ ଚାଲେ,   

    କେବେ ତା ସମ୍ମାନ ପଡେନାହିଁ ତଳେ............          

 କର୍ମ କଲେ ସିନା ଫଳ ଦିନେ ମିଳେ,    

    ସମୟ ସାଥିରେ ଚିତା ଦିନେ ଜଳେ..............     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍