ପ୍ରେମ
ପ୍ରେମ
କୋହଭରା ରାତିରେ ଛଳ ଛଳ ଆଖିରୁ,
ଝରିଥିବା ଲୁହ ଅଟେ ପ୍ରେମ।
ସକାଳ ସନ୍ଧ୍ୟାର ପ୍ରାର୍ଥନା ମାଗିଥିବା,
କାହାର ଖୁସି ଅଟେ ପ୍ରେମ।
କାହା ପାଦଶବ୍ଦ ସହ ବଢୁଥିବା,
ହୃଦୟର ସ୍ପନ୍ଦନ ଅଟେ ପ୍ରେମ।
ଆଖିସାଥେ ଆଖି ମିଶିଗଲେ ଲାଜରେ,
ପଲକ ନଇଁଯିବାର ଅନୁଭୂତି ଅଟେ ପ୍ରେମ।
ଭଙ୍ଗା ହୃଦୟରେ ଭି ଆଶାର ଆଲୋକ
ସଂଚାର କରେ ପ୍ରେମ।
ନିରୀହ ଆଖିରେ ସ୍ବପ୍ନର ନଅର ତୋଳେ ପ୍ରେମ।ପାଇବା ନୁହେଁ ବରଂ ଜିଇଁବା ଶିଖାଏ ପ୍ରେମ।
ପ୍ରେମ ସଂଜ୍ଞା ବିହୀନ.........
ପ୍ରେମ ଭୀତିହୀନ........... &
nbsp;
ପ୍ରେମ ପବିତ୍ର..........
ପ୍ରେମ ଶାଶ୍ୱତ.........
ପ୍ରେମ ଚିରନ୍ତନ..........
ନା ପ୍ରେମର କିଛି ରୂପରେଖ ଥାଏ,
ନା ଥାଏ କିଛି ସ୍ୱାର୍ଥ ନିହିତ.........
ପ୍ରେମ ଏକ ନିଶ୍ଚଳ, ନିଷ୍କପଟ ମନର ଆବେଗ।
ପ୍ରେମ ଏକ ସୁନ୍ଦର ପରିକଳ୍ପନା,
ଯିଏକି ଜହ୍ନ ପରି ସ୍ୱଚ୍ଛଳ...........
ପାଣି ପରି ନିର୍ମଳ.............
ସାଗରଠୁ ଗଭୀର..........
ଆଉ ଫୁଲଠୁ ସୁନ୍ଦର.........।