"ବଳାତ୍କାର"
"ବଳାତ୍କାର"


ଯାତନା, ଭର୍ତ୍ସନା, ନିନ୍ଦାର ନିଆଁରେ,
ଜଳୁଛି ଆଜିର ନାରୀ.............
ସୁଦର୍ଶନ ଧରି ଗୋଲକ ବିହାରୀ,
କରିବେକି ପୁଣି ପାରି???????
ପୀଡ଼ା ଜର୍ଜରିତ ଶରୀର ତାହାର,
ପାରୁନାହିଁ ଆଉ ସହି...............
ଅପମାନର ସେ କୁଖ୍ୟାତ ତାଡନା,
ଚାଲିପାରିବ କି ବହି????????
ଅପବାଦର ସେ କରାଳ ବିଷକୁ,
ଏକାକୀ ଯାଉଛି ପି................
ଯନ୍ତ୍ରଣାର ସେଇ କଟାକ୍ଷ ଘା'କୁ,
ଦେଖି ପାରୁଛ କି କେହି??????? &nbs
p;
ବିଡ଼ମ୍ବନା ପୂର୍ଣ୍ଣ ଶବ୍ଦ ସବୁ ତାର,
ମର୍ମକୁ ଦିଏ ଥରାଇ..................
ଭାବିଛ କି କେବେ କେମିତି ବଞ୍ଚିଛି?
ନିଜ ଇଜ୍ଜତକୁ ହରାଇ............
ହୃଦୟେ ତାହାର କେତେଯେ ବେଦନା,
ଚାଲେ ସିଏ ଚାପିଧରି...............
ଆଖିରୁ ତାହାର ଧାର ଧାର ହୋଇ,
ଲୁହ ପଡୁଥାଏ ଝରି................
ଚାହିଁଲେ ବି ସିଏ ଆଉ ଥରେ କେବେ,
ପଛକୁ ପାରେନା ଫେରି.............
ତିରସ୍କାର ସ୍ଵରେ ଏ ସମାଜ ତାକୁ,
କୁହେ ବଳତ୍କାରିତା ନାରୀ............