STORYMIRROR

Sasmita Nishank

Others

3  

Sasmita Nishank

Others

"ବନ୍ଦୀ"

"ବନ୍ଦୀ"

1 min
195

ପକ୍ଷୀଟିଏ ବନ୍ଦୀ ପଞ୍ଜୁରୀ ଭିତରେ,             

     ଉଡିପାରେ ନାହିଁ ମୁକ୍ତ ଆକାଶରେ.......         

 ପଡ଼ିଗଲା ଯେବେ ଶିକାରୀ ଫାଶରେ,             

  ଉଡ଼ିଗଲା ତାର ଓଠରୁ ହସରେ।

ନିଜ ଇଛାରେ ସେ ପାରେନାହିଁ ଖାଇ,               

  ନିଜ ଇଛାରେ ସେ ପାରେନାହିଁ ଶୋଇ........        

    କାହା ଆଗେ ବେଦନା ପାରେନାହିଁ କହି,               

ଏକା ଏକା ସିଏ ପାରେନାହିଁ ରହି।

ସ୍ୱାଧୀନତା ତାର ହୋଇଯାଏ ଛିନ୍ନ,                

   ଅନ୍ୟ ପକ୍ଷୀଠାରୁ ହୋଇଯାଏ ଭିନ୍ନ..........            

ସବୁ ସ୍ବପ୍ନ ତାର ହୋଇଯାଏ ଚୂର୍ଣ୍ଣ,                  

   ଆଶା, ଆକାଂକ୍ଷା ତା ହୋଇପାରେ ନାହିଁ ପୂର୍ଣ୍ଣ।

ଉଡିବାରେ ଥାଏ ଯେତିକି ଆନନ୍ଦ,              

     ବନ୍ଦୀ ଜୀବନରେ ସେତେ ନିରାନନ୍ଦ..........      

     ମନରେ ନଥାଏ କପଟ କି ଛନ୍ଦ,                 

   ବିନା ଦୋଷରେ ସେ ପାଉଥାଏ ଦଣ୍ଡ।

ମୁକ୍ତ ଆକାଶକୁ ଭଲପାଏ ଯିଏ,                

    ବନ୍ଦୀ ଜୀବନରେ କି ସୁଖ ସିଏ ପାଏ?????        

    ନିଜ ଆଖି ଲୁହ ନିଜେ ନିଜେ ପିଏ,              

    ଭାଗ୍ୟକୁ ତାହାର ଖାଲି ଦୋଷ ଦିଏ।

ସମୟରେ ସିନା ମିଳଇ ଆହାର,             

       ଜୀବନଟା ଲାଗେ ନିହାତି ଜହର..........         

     ଜଣାପଡ଼େ ନାହିଁ ସଞ୍ଜ, ସକାଳ ପ୍ରହର,            

   ନହେଉ ଏମିତି ଜୀବନ କାହାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍