"ଦୁଃଖ"
"ଦୁଃଖ"


ସୁଖରେ ସମସ୍ତେ ଥାଆନ୍ତି ପାଖରେ,
ଦୁଃଖରେ କିଏ ପଚାରେ????
ସୁଖର ଆୟୁଷ ଅଢେ଼ଇଦିନିଆ,
ମଣିଷ ଦୁଃଖର ଭାର ସମ୍ଭାଳେ।
କିଛି କିଛି ଦୁଃଖ ଛାତି ତଳେ ରହି,
ମର୍ମକୁ ଆଘାତ ଦିଏ।
ଆଉ କିଛି ଦୁଃଖ ଲୁହଧାର ହୋଇ,
ଆଖି କୋଣେ ବହିଯାଏ।
ସୁଖକୁ ସିନା ଅର୍ଜିବାକୁ ପଡ଼େ,
ଦୁଃଖ ଆପେ ମିଳିଥାଏ। &nb
sp;
ଉପରେ ହସି ଯେ ଭିତରେ କାନ୍ଦଇ,
ତା ଦୁଃଖ ବୁଝିବ କିଏ??????
ଜୀବନରେ ଯେବେ ଦୁଃଖ ନ ରହିବ,
ସୁଖ ଲାଗେ ମୂଲ୍ୟହରା।
ଯେମିତି ଗ୍ରୀଷ୍ମପରେ ବର୍ଷା ଆସିଲେ,
ଧରା ଲାଗେ ହରାଭରା।
ଯେବେ ସୁଖ ବଢାଏ ମନେ ଅହଂକାର,
ଦୁଃଖ କରିଦିଏ ମନକୁ ଉଦାର।
ସୁଖଠାରୁ ଦୁଃଖ ଦୁଇ ପାଦ ଆଗେ,
ଦୁଃଖେ ମଣିଷର ଆତ୍ମଶକ୍ତି ଜାଗେ।