ପ୍ରଣୟିନୀ ପ୍ରତ୍ୟାଶା
ପ୍ରଣୟିନୀ ପ୍ରତ୍ୟାଶା
ତୁମେ ମୋର, ହୃଦୟ ଭିତରେ ସାଇତା ଛବି
ସୂକ୍ଷ୍ମ ଏକ ଭାବନା ସଂପର୍କେ ଜଡ଼ିତ
କେତେବେଳେ ଯେ, ଶିହରଣେ ଆସ
ପୁଣି କେବେ ନୟନକୁ ସିକ୍ତ କରି ଆସ ।
ସତରେ କହି ହୁଏନା
ଅଦ୍ଭୁତ ପ୍ରକାର ଅନୁଭୂତି
ଆଞ୍ଜୁଳା ଆଞ୍ଜୁଳା ପ୍ରୀତି କୁସୁମ
ବାଢି ଦିଅ ଏଇ ତୁମର ,
ପ୍ରଣୟିନୀ ହାତରେ ।
ଓଃ କି ଶାନ୍ତି !
କ୍ଷଣିକ ସ୍ପର୍ଶରେ ଚପଳା ଚମକେ
ମୁହଁଟା ଲାଜେଇ ଉଠେ ।
ଏ ସବୁ କ'ଣ ମୁଁ କହି ପାରିଛି ?
ସତରେ ଆଜି କେତେ ଅଲାଜୁକି
ଶୁଣିବ କି ? ଗୋଟେ କଥା ;
ଏ ସବୁ ପାଗଳାମି
ତୁମ ଠାରୁ ବିଚ୍ଛେଦ ହେବା ପରେ .....
ମୋତେ ଅନେକ କୁହନ୍ତି
ପ୍ରଣତୀର କେତେ ପରିବର୍ତ୍ତନ ହୋଇଛି ମ !
ସ୍ବାମୀଙ୍କୁ ଝୁରି ଝୁରି
ହୃଦୟ ଗାଲିଚାରେ ପିରାମିଡ୍
ତିଆରି କଲାଣି ।
ସାଥୀ ମାନଙ୍କର ଟାହି ଟାପରା
ମନ ଭିତରକୁ ପ
ାଣିରେ ଟେକା ପଡିଲା ପରି
ଚହଲାଇ ଦିଏ ।
ଗୋଟି ଗୋଟି କରି ତୁମର ଦୁଷ୍ଟାମୀ
ଆଖି ଝରକା ଡେଇଁ ଚାଲି ଆସନ୍ତି ।
ସତରେ ମୁଁ ଯେମିତି ତୁମକୁ ଭଲପାଏ
ତୁମେ କ'ଣ ସେମିତି .....
ତାହାଲେ ଏତେ ଛଳନା କାହିଁକି ?
ଆଗରୁ ତ ତୁମେ ଏମିତି ନଥିଲ ।
ତାହାଲେ ଏହାର ମାନେ ....
ମୁଁ ତୁମ ପାଇଁ ତୁଠ ପଥର ,
କି ଘର କା ମୃଗୀ ଡାଲ ଭାତ ବରାବର ....
ସେ ଯାହା ହେଉ
ଟିକିଏ ଛଳନା
କି ଟିକିଏ କାହାଣୀ ନଥିଲେ
ଜୀବନର କିଛି ମଜ୍ଜା ନଥାଏ ।
ବନ୍ଧୁ... ଛଳନା କର , କିଛି ଦୁଃଖ ନାହିଁ
ସେତିକି ଧର୍ଯ୍ୟ ରଖି ଥିବ ଛଳନା
ସହ୍ୟ କରିବା ପାଇଁ .....
ତେବେ ତ ବୁଝି ପାରିବ
ତୁମର ପ୍ରଣୟୀ
ବିରହ ବେଦନାର କେଉଁ
ଯନ୍ତ୍ରଣା କୂପର ଅନ୍ଧାରେ ବସି
ପ୍ରଦୀପ ଜାଳୁଛି ଛଳନା ପଥ ଭୁଲି
ଫେରି ଆସିବ ମୋର
ଶୁନ୍ୟ ଭଗ୍ନ ହୃଦୟ ମନ୍ଦିରକୁ ।