Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance

5.0  

ବି. ନିରୁପମା

Romance

ରହିଥିବା ପାଖେ ପାଖେ

ରହିଥିବା ପାଖେ ପାଖେ

1 min
371




ସାଥୀହୋଇ ଆମେ ଚାଲିବା ଏମିତି

ହସ,କାନ୍ଦ-ସୁଖେ-ଦୁଃଖେ ,

ଜଣେ ଆନ ପାଇଁ ଭରସାଟି ହୋଇ

ରହିଥିବା ପାଖେ ପାଖେ ।


ସମୟକୁ ଆମେ ସାମନା କରିବା

ସେ ଆସୁବା ଯେଉଁ ଭାବେ ,

ସୁଖରେ ଅଧିର ବିପଦେ କାତର

ହୋଇ ପଡ଼ିବାନି କେବେ ।


ଜଣେ ଗଲେରୁଷି ଆନ ପାଖେ ଆସି

ଶରଧାରେ ବୁଝାଇବା ,

ଚଢ଼ା ଗଳାରେ କେ କଥା କହିଦେଲେ

ଆନ ତୁନି ରହିଯିବା ।


ଦୁହିଁଙ୍କ ଭିତରେ ସମସ୍ୟା ଯା' ଥିବ

ନିଜେ ଆଲୋଚନା କରି ,

ଅଧିକ ଜଟିଳ ହୋଇବା ଆଗରୁ

ସଅଳ ଯେ ଦେବା ସାରି ।


ନିଜ କରତବ୍ୟ ପାଳନ କରିବା

ଦୁହେଁ ଆମେ ମିଳିମିଶି ,

ତାହାହେଲେ ଆମ ସୁଖର ସଂସାର

ଉଠିବଟି ନିଶ୍ଚେ ହସି ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Romance