STORYMIRROR

Baman Chandra Dixit

Others Romance

5.0  

Baman Chandra Dixit

Others Romance

ଆଶା

ଆଶା

1 min
354



ବାମନ ଚନ୍ଦ୍ର ଦୀକ୍ଷିତ।


ତୁମ ଭିଜା କେଶ ତଳୁ ଝରି ପଡ଼େ ଯେବେ

ଟୋପା ଟୋପା ନିହାରିକା

ମୋ ମନ ଗହନ ରେ, ଚୋରି ଚୋରି ଘାରେ

ଅପୁରା ପ୍ରେମ ପିପାଷା

ଆଶା......

ମତୁଆଲା ଅଭିଳାଶା।।


କେଶ ଝଟକାଇ ଛାଟି ଦିଅ ଯେବେ

ଗୁଛ ସମୁଚ୍ଚ କୂଚ କୁ

ଘୋଟି ଯାଏ ଅବା ଘନ ଘନ ମାଳେ

ଆଚ୍ଛାଦି ଗିରି ଉଚ୍ଚ କୁ

ଉଚ୍ଚାଟ ମୋ ମନ ଲଭିବାକୁ ତୁମ

ପରଶ କୁହୁକ ମିଶା।।

ଆଶା............

ମତୁଆଲା ଅଭିଳାଶା।।


ଦର୍ପଣେ ଅର୍ପଣ ତୋ ରୂପ ଲାବଣ୍ୟ

ସନ୍ତର୍ପଣେ ମୁଁ ନିହାରେ

ମାନେନା ବାରଣ ପିପାଷି ନୟନ

ରୂପ ରସେ ରସିବାରେ

ଅଙ୍ଗେ ଅଙ୍ଗେ ଭରି ଅନଙ୍ଗ ଦହନ

ଜଗାଏ ପରଶ ଆଶା।

ଆଶା...........

ମତୁଆଲା ଅଭିଳାଶା।।


ପ୍ରେମ ସୁଧା ଶିକ୍ତ ଅଧର ଆରକ୍ତ

ଅଧିର କରେ ଧିର କୁ

ଧୀରେ ମାରେ ଧରି ନୟନ କଟାରୀ

ଚିରି ମରମ ଧାର କୁ

ରତୀ ପତି ମତି ବିଚଳିତ ଦେଖି

ରୂପ ଲାବଣ୍ୟ ମଞ୍ଜୁଷା,

ଆଶା........

ମତୁଆଲା ଅଭିଳାଶା।।


ଡାଳିମ୍ବ ର ରସେ ନେସି ଗଣ୍ଡେ ଦେଶେ

ଅଳପ ଲାଜେ ରଂଜେଇ

ଖଞ୍ଜି ଦେଲା ଅବା ପୁଞ୍ଜେ ରକ୍ତ ଜବା

ରଙ୍ଗ କୁ ଯତନେ ବିହୀ

ନାରଙ୍ଗୀ ତରଙ୍ଗେ ରଙ୍ଗୀ ତରଙ୍ଗିଣୀ

ବଢ଼ାଏ ବହୁ ପିପାଷା,

ଆଶା........

ମତୁଆଲା ଅଭିଳାଶା।।

*********


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍