STORYMIRROR

pratap nayak

Romance

3  

pratap nayak

Romance

ତୁମକୁ ମୋ ରାଣ ପ୍ରିୟା

ତୁମକୁ ମୋ ରାଣ ପ୍ରିୟା

1 min
790




ତମକୁ ମୋ ରାଣ ପ୍ରିୟା ଆସ କତିକି

ବାହୁ ବନ୍ଧନକୁ ମୋର କାହିଁ ଏତେ ଭିତ୍ତିକି......

ତମକୁ ମୋ ରାଣ ପ୍ରିୟା.....


ମଧୁ ଯାମିନୀର ଛନ୍ଦେ

ଗୁଣିହେବା ମନ୍ଦେମନ୍ଦେ

ତୁମକୁ ପାଇ ପାଶର

ହରସିବ ମନ ମୋର ଭରି ପ୍ରୀତିକି

ତମକୁ ମୋ ରାଣ ପ୍ରିୟା ଆସ କତିକି

ବାହୁ ବନ୍ଧନକୁ ମୋର କାହିଁ ଏତେ ଭିତ୍ତିକି......

ତମକୁ ମୋ ରାଣ ପ୍ରୀୟା....


ପାଦରେ ଅଳତା ଦେଇ

ଅଂକରେ ଦେବି ଶୁଆଇ

ଗଣ୍ଡେ ଆଂକି ପ୍ରୀତି ଫଲ୍ଗୁ

ସଜେଇବି ବାର ବାର କରି ସେତିକି

ତମକୁ ମୋ ରାଣ ପ୍ରିୟା ଆସ କତିକି

ବାହୁ ବନ୍ଧନକୁ ମୋର କାହିଁ ଏତେ ଭିତ୍ତିକି....

ତମକୁ ମୋ ରାଣ ପ୍ରିୟା....


ବେଣୀରେ ଗଜରାମାଳ

କାନରେ କର୍ଣ୍ଣ କୁଣ୍ଡଳ

ବେକରେ ମୁକୁତା ହାର

ଲମ୍ବେଇବି ତାକୁ ମୁହିଁ ତୁମ ଛାତିକି

ତମକୁ ମୋ ରାଣ ପ୍ରିୟା ଆସ କତିକି

ବାହୁ ବନ୍ଧନକୁ ମୋର କାହିଁ ଏତେ ଭିତ୍ତିକି...

ତମକୁ ମୋ ରାଣ ପ୍ରିୟା....


ଆଖିରେ କଜଳ ଦେବି

ନାଲି ପାଟ ପିନ୍ଧେଇବି

ଓଠରେ ନାଲି ମୁରୁଜ

ବାରମ୍ବାର ମୁଁ ବୁଣିବି

ସିନ୍ଦୂର ମୁଁ ଦେବି ପୁଣି ତୁମ ସିନ୍ଥିକି

ତମକୁ ମୋ ରାଣ ପ୍ରିୟା ଆସ କତିକି

ବାହୁ ବନ୍ଧନକୁ ମୋର କାହିଁ ଏତେ ଭିତ୍ତିକି....

ତମକୁ ମୋ ରାଣ ପ୍ରିୟା.....


ପ୍ରତାପ ନାୟକ....7008054282


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance