STORYMIRROR

Panchanan Jena

Romance

3  

Panchanan Jena

Romance

ପୂର୍ଣ୍ଣମୀ ଜହ୍ନର ଯୋଛନା

ପୂର୍ଣ୍ଣମୀ ଜହ୍ନର ଯୋଛନା

1 min
137

ହେ ମୋର

କଳ୍ପନାକ୍ଷୀ ନୀଳାକ୍ଷୀ

କଳ୍ପବଟ ମୟୂରୀକ୍ଷା

କାଞ୍ଚନ କାମନାକ୍ଷୀ


ବହୁତ କିଛି କହିବାକୁ ଇଚ୍ଛା ଥିଲା

କହି ପାରିଲିନି

ଶବ୍ଦ ସବୁ ଫୁଲ ପରି ଚହଟୁ ଥିଲା

ମାଳା ଗୁନ୍ଥି ହେଲାନି ।


ହେ ମୋର

ମନର ମୟୂରୀ

ହୃଦୟ ଶାୟରୀ

ଆତ୍ମାର କବରୀ !

ତୁମ ମୁଖାରବିନ୍ଦରୁ ଦୁଇ ପଦ ଶୁଣିବାକୁ 

ଆଶା ରଖିଥିଲି 

ତୁମ ଆଖି ଆଇନାରେ ମୋର ପ୍ରତିଛବି

ପଢିବାକୁ ଅନନ୍ତ ପତୀକ୍ଷା କଲି ।


ମାତ୍ର କରିବି ବା କ'ଣ ?

ନିରୁପାୟ ନିରୁତ୍ତର ସତ୍ତା ପ୍ରାୟ

ଶୁଣୁ ଶୁଣୁ ମନେ ମନେ ଗୁଣୁ ଗୁଣୁ

ସମୟ ବି ଉଡି ଚାଲିଲା

ବହୁତ କିଛି ବାକି ରହିଗଲା

ସମୟର ଚୌହଦୀରେ ସମାଧିସ୍ଥ ହେଲା ।


ଆଜି ବୟସରେ ଅପରାହ୍ନ ଆସନ୍ନ

ପକ୍ୱ କେଶରେ ଆଚ୍ଛାଦିତ ଆଚ୍ଛନ୍ନ 

ତନୁରେ ସ୍ଥାଣୁତା ଦୃଶ୍ୟମାନ

ମନରେ ପୌଢତା ବିଦ୍ୟମାନ 

କଥନ ଶ୍ରବଣରେ ବିଦ୍ଵତା ଜାଜଲ୍ୟମାନ ।


ଆଜି ଜାଣିପାରୁଛି ଏ ଦୀନ ହୀନ ଅକିଞ୍ଚନ

ଜ୍ଞାନନେତ୍ରେ ସବୁ ସଠିକ୍ ଚିତ୍ର ଉତ୍ତୋଳନ

ସବୁ ପବିତ୍ର ପ୍ରେମରେ 

ସବୁ କଳ୍ପିତ ଭଲ ପାଇବାରେ 

ଅଧା-ଅଧୁରା ଖାଲିପଶ

ମନ - ହୃଦୟରେ ବିରାଟ ଶୂନ୍ୟସ୍ଥାନ

ବାକି ରହିଯାଇଥିବା କିଛି ମନନ କଥନ

ଶୁଣି ପାରି ନଥିବା ଅନେକ ପ୍ରେମ ନିବେଦନ


ଅପୂର୍ଣ୍ଣରେ ପୂର୍ଣ୍ଣିତା

ଅଧାରେ ପୁରୁତା

ଅଳ୍ପରେ ଅନେକତା

ରିକ୍ତରେ ସିକ୍ତତା

ଶୂନ୍ୟରେ ସର୍ବାଙ୍ଗତା

ଚିନ୍ତାରେ ଚଟୁଳତା 

ଆଉ କିଛି ଚୁନା ଚୁନା

 ଅଧୁରା ଖଣ୍ଡିଆ ଖାବରା 

ଭିତରେ ଦେଖିପାରେ ଶୁଭ୍ରତା

ବିଶୁଦ୍ଧ ପ୍ରେମର ସଂପୂର୍ଣ୍ଣ ସାନ୍ଦ୍ରତା ।


ସଠିକ ପ୍ରେମର ଶେଷ ଠିକଣା

ସବୁ ପୂର୍ଣ୍ଣ ପ୍ରେମର ପୂର୍ଣ୍ଣଛେଦ ମାଗଣା

ସବୁ ସଂପୂର୍ଣ୍ଣ ମନ ଦେବା ନେବାରେ 

ସଫଳ ରୂପାୟନ ଧାରଣା

କିଛି ରିକ୍ତସ୍ଥାନ ଭିତରେ ଆବିସ୍କାର 

ହେଲାଣି ପୂର୍ଣ୍ଣମୀ ଜହ୍ନର ଜୋଛନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance