STORYMIRROR

Gangotri Priyadarshini

Abstract Romance Inspirational

4  

Gangotri Priyadarshini

Abstract Romance Inspirational

କାହିଁକି

କାହିଁକି

1 min
200


କାହିଁକି ତୁମେ ,

ମୋତେ ଆନମନା କର

ତୁମ ମୁରଲୀ ସ୍ୱନରେ

କାହିଁକି ପ୍ରତିକ୍ଷାରତ ତୁମେ

ଯମୁନା କୂଳରେ

ଚାତକ କି ଖୋଜେ ନୀର

କେଳି କଦମ୍ବରେ ।।


ପାରୁନି ନିଜକୁ ରୋକି

ସଖୀ ମାନେ ଛନ୍ତି ସାକ୍ଷୀ

ନିରୁପାୟ ପ୍ରାୟ ପ୍ରିୟ

ଏକାନ୍ତରେ ଉଭା ହୁଅ

ଗୋପ ଗୋପାଳୁଣୀ ମିଳି

ଅପବାଦ ନାଗରା କୁ ଡରି

ରହୁଛି ଦରଜା କିଳି ।।


ତୁମେ କି ହେ ଅଗୋଚର

ରକ୍ଷା କର ମନୋହର

ଦେଖା ଦିଅ ସମ୍ମୁଖରେ

ଅଶ୍ରୁ ନଦୀ ବହୁ ଖରେ

ବିହ୍ଵଳିତ ପ୍ରାଣ ମୋର ପାରୁନି ମୂର୍ଚ୍ଛି ।।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract