STORYMIRROR

Sanjya Tripathy

Romance

3  

Sanjya Tripathy

Romance

ମାୟାବିନୀ ମୌସୁମୀ

ମାୟାବିନୀ ମୌସୁମୀ

1 min
158


ବିଦାୟ କାଳୀନ ସଂବର୍ଣନା ସଭାରେ

ପ୍ରଗଳ୍ପ ମୌସୁମୀର ଦୃଢୋକ୍ତି :

ମୁଁ ବଦଳାଇ ଦେବି ଋତୁଚକ୍ର

ରହିବ କେବଳ ଦୁଇଟି ଋତୁ: ଖରା/ ବର୍ଷା

ଶରତ, ହେମଂତ, ଫଗୁଣ, ଶୀତ ହଜିଯିବେ ବିସ୍ତୃତିର ଅତଳ ଗର୍ଭରେ

ବର୍ଷ ତମାମ୍ ଉଦୁଉଦିଆ ଖରା/ ଝିପିଝିପ ବର୍ଷା

ପ୍ରଖର ନିଦାଘରେ ଅଂଶୁଘାତ

ଅବିଶ୍ରୁତ ବର୍ଷାରେ ବେସ୍‌ଟ ଛୁପା ଆପାର୍ଟମେଟ

ମରୁଡି/ବନ୍ୟାର ଶତପ୍ରତିଶତ ସଂଭାବନା

ବିପର୍ଯ୍ୟୟ ପରିଚାଳନାରେ ବ୍ୟସ୍ତ ବିବ୍ରତ ପ୍ରଶାସନକୁ

ମଂଦିର ସୁରକ୍ଷା-ମଠରଂଗା-ଆତଂକବାଦର ତ୍ରିମୁଖୀ ଚାଙ୍ଗେଜ

ସବୁପ୍ରକାର ଗୋଳମାଳକୁ ଫେଟା ଫେଟି କରି

ମୁଁ ଦେବି ସମସ୍ତଂକୁ ସୁସ୍ବାଦୁ ସର୍ବତ୍

ମୋର ବିଳବିତ ପ୍ରତ୍ୟାବର୍ତନରେ ତ୍ରସ୍ତ ଭାରତବାସୀ

ଲେଖିଚାଲ ଅପାପବିଦ୍ଧ ସାଧବ ବୋହୂର ଅନୁପମ ସୌଦଯ୭

ଭିତ୍ତିକ ବ୍ୟତିକ୍ରମ ଏକ ଶ୍ରାବଣୀ କବିତା

ନିଜସ୍ଵ ଯାହାର ଖାଲି ଅଂତରଂଗ ଅସହାୟତା ଓ କ୍ଷୁଧାର୍ତ ଚିତ୍କାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance