STORYMIRROR

Sashmita Panda

Romance

4  

Sashmita Panda

Romance

ଅଭିମାନୀ ପ୍ରିୟା ମୋର

ଅଭିମାନୀ ପ୍ରିୟା ମୋର

1 min
43

ତୁମେ ମୋ ରୂପସୀ ମନର ମାନସୀ

  ପ୍ରେମ ଆକାଶର ଜହ୍ନ ।

ମୋ ହୃଦ ଆକାଶେ ବିରାଜିତା ସଦା

  ରଖିଛି କରି ଯତନ ।

ପାହାନ୍ତି ସପନେ ତୁମେ ମୋ ପ୍ରେୟସୀ

 ମଧ୍ୟାହ୍ନେ ତୁମେ ମୋ ତୃଷ୍ଣା 

ଦିବସାନ୍ତେ ରବି ସୁନେଲି କିରଣ

  ରଜନୀରେ ଚନ୍ଦ୍ର ଜ୍ୟୋତ୍ସ୍ନା 

ଗଜଗାମିନୀ ତୋ ରାଜହଂସୀ ଚାଲି

  ଲଜ୍ଜାଶିଳା ରୂପ ରାଣୀ

ହସିଲେ ଅଧରୁ ମୁକ୍ତା ପଡେ ଝରି

ତୋ ପ୍ରେମରେ ପାଗଳ ମୁଁହି 

ହୃଦୟରେ ମୋର ସ୍ପନ୍ଦନ ତୁମେ

 ତୋ ବିନା ମୁଁହି ଅଧୁରା

ନିଃସଙ୍ଗ ଜୀବନେ ପୂର୍ଣ୍ଣତା ତୁମେ

  ପିଆଅ ପ୍ରୀତି ମଦିରା

ଆସ ମୋରପାଶେ ପ୍ରାଣସଙ୍ଗୀନି ଗୋ

 ଗୁମାନ ନକର ଆଉ

ମୋ ଜୀବନ ବେଳାଭୂମି ପରେ,ତୁମ

 ପାଦ ସବୁବେଳେ ରହୁ । 

ତୁମରି ସଙ୍ଗରେ ପଥକ୍ଲାନ୍ତ ଭୁଲି

 ଏ ଜୀବନ ବିତିଯାଉ ‌ ।

ସଲ୍ଲଜ ବଦନେ ମଥାନତ କରି

 ମିଠା କଥା ପଦେ କହ

ଦୋଷକରି କ୍ଷମା ପ୍ରିୟତମା ମୋତେ

 ତୋ ଗଳାହାର କରିନିଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance