STORYMIRROR

Sashmita Panda

Tragedy Classics Inspirational

4  

Sashmita Panda

Tragedy Classics Inspirational

ବର୍ଷା ଯେବେ ଆସେ

ବର୍ଷା ଯେବେ ଆସେ

3 mins
5


ଯେବେ ବର୍ଷା ଆସେ ଧରଣୀମାତାଙ୍କ କୋଳ ଉପରେ ଆକାଶରେ

ଟୋପା ଟୋପା ବର୍ଷାଧାରାଟି ଝରେ । ଭାସିଯାଆ ମୋର କାଗଜ ଡଙ୍ଗାଗୀତ ଗାଇଗାଇ ସାହି ଗଳିର ଛୋଟ ପିଲାମାନେ କାଗଜର

ଡଙ୍ଗା ତିଆରିକରି ପାଣିସୁଅରେ ଭସାଇ ଦିଅନ୍ତି ! ନୂଆନୂଆ ପ୍ରେମରେ ପଡିଥିବା ପ୍ରେମୀମାନଙ୍କ ମନରେ ଜାଗେ ନୂଆ ଉନ୍ମାଦନା ଶ୍ରାବଣର ଆଗମନରେ । ଦେହମନରେ ଛୁଇଁଯାଏ 

ପ୍ରକୃତି ମାଆର ଦାନରେ ଆମଜୀବନରେ ଆନନ୍ଦ । ସବୁଜିମା 

ହୁଏ ଧରା ଏ ଧରାମଣ୍ଡଳେ ! ଛତୁମାନେ ଛତ୍ରପ୍ରାୟେ ଧରଣୀ

ରାଣୀକୁ ସଜାଏ ତା ଆଭରଣେ ପୃଥିବୀମାଟିକୁ ! ସାଧବବୋହୁ

ପୋକଟା ରେଶମୀ ଦେହରେ ଟୁକୁଟୁକୁ ଚାଲୁଥାଏ , ସବୁଜ ଘାସ

ଗହଳରେ ! ଅତ୍ୟନ୍ତ ସୁନ୍ଦର ତାର ଦେହଟି କୋମଳ ! ନାଲିନାଲି

ରଙ୍ଗପାଟ ଶାଢ଼ୀପିନ୍ଧି ସତେ ବର୍ଷାକୁ ସ୍ୱାଗତକରି ଚାଲିଆସେ ହସିହସି ! ଜନ୍ମାଷ୍ଟମୀ ପଡେ ଯେବେ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଏଇ ବର୍ଷାମାସରେ, ଦେଶରାଜ୍ୟ ମିଳି ଶ୍ରଦ୍ଧାଳୁମାନେ ପାଳନ କରନ୍ତି 

ଜନ୍ମାଷ୍ଟମୀ ପର୍ବ ଆନନ୍ଦରେ ! ନନ୍ଦୋତ୍ସବ ଦିନ କେତେ ଉତ୍ସବ

ପାଳନ୍ତି । କ୍ଷୀରି,ପିଠା ନାନା ଦିବ୍ୟ ଭୋଗରାଗ ପ୍ରଭୂ ଶ୍ରୀକୃଷ୍ଣଙ୍କୁ

ନୈବେଦ୍ୟ ବାଢ଼ନ୍ତି । ଦୋଳିରେ ଶୁଆଇ ଗୋବିନ୍ଦ ଝୁଲାଇ ତାହାଙ୍କୁ ! ଅମୃତ ପ୍ରସାଦ ମାନ ଗୃହେଗୃହେ ବାଣ୍ଟିଥାନ୍ତି । 


ମୋର ପ୍ରିୟ ପାଠକ ପାଠିକା ମାନଂକୁ ଏକ କାହାଣୀ ମଧ୍ୟ 

ଭେଟିଦେବାକୁ ଚାହେଁ, ଯଦି ମୋର ଲେଖାରେ କିଛି ଦୋଷତୃଟି

ଥାଏ , ତେବେ ଆପଣମାନେ ସହୃଦୟେ କ୍ଷମା ଦେବେ । ତେବେ

ଆସନ୍ତୁ ପଢ଼ିବା ଏଇ ଛୋଟ କାହାଣୀଟି ।


ବର୍ଷା ଯେବେ ଆସେ , ମିତାଲି,ର ଭାରି ସଉକ ,ସେ ସକାଳୁ ଉଠି ତାର ସାଥି ସହଚରୀ ମାନଙ୍କ ସହ ଭେଡାଏ ବୁଲି,ନ ଆସିଲେ ତାର ଭାତ ବି ହଜମ ହେବନାହିଁ ସେଦିନ ।

ସହଜେ ଗଲା ସନ ବରଷା ଦିନରେ ଏଇମିତି ଚରା ଭୁଇଁ ଘାସ ଉପରେ ବୁଲୁ ବୁଲୁ ଛୋଟ ଛୋଟ ଧଳା ଧଳା ତରାଟି ମାନ ତାକୁ

ଦୂରରୁ ଦୃଶ୍ୟମାନ ହେଲା । ଦଉଡ଼ି ଗଲା ଖଣ୍ଡେ ଦୂର, ଭାରି ଖୁସି ହେଇ ଡାକ ପକେଇଲା ମିତାଲି , ଆଲୋ- ମାଳତି , ଚମ୍ପା , ବଉଳ,ଚାନ୍ଦ , ସେବତୀ , ସଞ୍ଜୁ ଦଉଡ଼ି ଆସଲୋ । " ଆଲୋ ଦେଖିବ ଆସ କେତେ ବାଲି ଛତୁ ଭରିହେଇଛି । ମନଟା ସମସ୍ତଙ୍କର ଭାରି ରସିଗଲା ବାଲିଛତୁ ଟା ତୋଳିବା ପାଇଁ । ଖାଇବାକୁ ଭାରି ସୁଆଦ । ଭଲରେ ବାଛି ବୁଛି ଧୂଆଧୋଇ କରି ଭାଜିଦେଲେ ସାହିଟା ବାସି ଉଠିବ ଛତୁଭଜା ବାସନା ରେ । ଭାଜି ଦେଲେ ସାଙ୍କୁଳି ହୋଇ ଅଳ୍ପ ହୋଇଯାଏ ସତହେଲେ ବେସର ବଟା ଆଉ ଠାକରା ଫଡା‌ ଆମ୍ବୁଲ ଦେଇ ରାନ୍ଧିଦେଲେ ପରିବାରରେ ପରା ବାଡିଆପିଟା , ୟାକୁ ଖାଇବାପାଇଁ..। ତେଣୁ ସେମାନେ ମିଳିମିଶି ଗଛରୁ ବଡ ବଡ ପତର ଛିଣ୍ଡାଇ ଆଣିମନଇଛା ଛତୁ ତୋଳି ଯେ ଯାହାଘରକୁ ବୋହି ନିଅନ୍ତି ଘରେ ଖାଇବାପାଇଁ....ବାଲି ଛତୁ ହେଉ ବା ଯେତେ ପ୍ରକାରର ଖାଇବା ଛତୁ , ଛତୁ ଟି ପ୍ରାୟ ସମସ୍ତିଙ୍କର ଭାରି ପ୍ରିୟ ବିଶେଷ କରି ଗାଁ ଗହଳି ମାନଙ୍କରେ ।

ଆଊ ଥରେ ସେମିତି ବରଷ ବରଷ ତଳୁ ବର୍ଷା ଯାଇ ଶୀତ ସକାଳର କଅଁଳ ଖରାରେ ବୁଲିବା ପାଇଁ ଯେବେ ବାହାରିଲା ମିତାଲି ଦୂରରୁ ଖାଲି ଚରାଭୂଇଁ ଘାସ ଯାକ ରେ ଶିଶିର ବିନ୍ଦୁ ଲାଗିକରି ମୁକ୍ତାପରି ଝଲସି ଦିଶୁଥାଏ । ତା ପାଦରେ କାକର ବିନ୍ଦୁ ଲାଗିକରି 

ପାଦ ପାଣିରେ ବୁଡ଼ାଇ ଧୋଇଲା ପରି ଚପଲ୍ ଟା ଖାଲି ଲଗାତାର୍ ଖସି ଯାଉଥାଏ ।

ବାଃ..... ଇଶ୍ୱରଙ୍କ ସୃଷ୍ଟିର ଅନେକ ପ୍ରଶଂସା କରେ ପ୍ରକୃତି କୁ ଉପଭୋଗ କରି ପକେଇଲା ସେ ,ଗୁଣୁ ଗୁଣୁ ହେଇ ଗୀତ ଗାଇ ଗାଇ । ଅନ୍ୟମନସ୍କ ଭାବେ ଗାଈ ଛେଳି ମେଣ୍ଢାମାନଙ୍କ ପଲରେ ପଶିଗଲା ବେଳକୁ ହମ୍ବା ହମ୍ବା, ମେଏଁ ମେଏଁ ରଡ଼ି ଭିତରେ ସେମାନେ କଁଅଳ ସବୁଜ ଘାସ ଖାଇବାରେ ବ୍ୟସ୍ତ । ସେମାନଙ୍କ ପଲକୁ ସେ ରାସ୍ତା କଡକୁ କଡ଼େଇ ଦେଇ ଦେଖିଲା ଅତି ସୁନ୍ଦର ଲାଲ୍ ଟୁକୁ ଟୁକୁ ସାଧବ ବୋହୁ ଘାସ ଉପରେ ନାଲି ନାଲି ଟିକି ଟିକି ଗୋଡ଼ରେ ଚାଲୁଥିଲେ । ସେ ତାର ସାଙ୍ଗ ମାନଙ୍କୁ ଡାକ ପକାଇଲା ଆଲୋ ଦଉଡି ଆସ , ଲୋ..... ଧରିବା ଲାଲ୍ ଲାଲ୍ ସାଧବବୋହୁ । ସେମାନେ ତାକୁ କାକର ଭିଜା ନରମ୍ ଘାସ ଉପରୁ ଉଠୈଇ ହାତରେ ଧରି ଗୋଟେଇବାକୁ ଲାଗିଲେ । ତାର ଦେହକୁ ସାଉଁଳେଇ ଦେଲା ରୁ ଆହ୍ କି ସୁନ୍ଦର ଭେଲଭେଟ୍ ପରି କୋମଳ ଶରୀର ଟିଏ ଆଊ ତାକୁ ଛୁଇଁଦେଲା ମାତ୍ରେ ସେ ତାର ସରୁ ହାତ ଗୋଡ଼ ଗୁଡ଼ିକୁ ଯାକିଦିଏ ।

ଭାରି ମଜାଲାଗେ ତାର ଲାଲ୍ ଲାଲ୍ ରେଶମୀ ଦେହକୁ ଆଉଁସି ଦେଲେ । ଏବେ କିନ୍ତୁ ମିତାଲି ବାଢୁଅ ପାଣିରେ ଗାଧୋଇ ଶାଶୁଘର ଗଲାଣି ,ପିଲା ଛୁଆ ବି ଦୁଇଟା ହୋଇଗଲେଣି । ସାଙ୍ଗ ସାଥି ଆସର କୁଆଡେ ଗଲେଣି । ହେଲେ ଆଜି ବି ସେ ଗାଆଁ କୁ ଆସିଲେ ତାର , ସକାଳ କଁଅଳଖରାରେ ବୁଲିବା ଅଭ୍ୟାସ ଗଲାନି । 

ଛୁଆମାନଙ୍କୁ ଯେବେ ସେ ଆଗକା କଥା କହେ , ପିଲାମାନେ ପଚାରି ଦିଅନ୍ତି ତାକୁ , ମାଆ.... ମାଆ....ସାଧବ ବୋହୁ କାହିଁ......? ସେମାନେ ଦେଖିବାକୁ କିପରି.....? ମାଆ....!! ଆଉ ମିତାଲି ତା ପିଲାଙ୍କୁ ବୁଝାଏ, ଆଜିକାଲି ଚାଷବାସ ପାଇଁ ବିଲରେ ଅଧୀକ ଆମଦାନୀ ଓ ଶଷ୍ୟ କୁ ପୋକ ଯୋକ ଦାଉରୁ ରକ୍ଷାକରିବା ପାଇଁ ଆଜିକାଲି ଯେଉଁ ରାସାୟନିକ ସାର ଓ କୀଟନାଶକ ଦ୍ରବ୍ୟ ର ପ୍ରୟୋଗ ବହୁ ପରିମାଣରେ ହେଉଛି। ‌ସେଥିପାଇଁ ସାଧବବୋହୁ ର ବଂଶଜ ବି ଧିରେଧିରେ ଲୋପ ପାଇ ଗଲେଣି ।  

ତୁ କୁଆଡେ ଗଲୁ ଲୋ ସାଧବବୋହୁ........!!!!?? ଏହା କହି ସେ ମନଦୁଃଖରେ ଆଖିରୁ ଲୁହ ଝରାଇ ଦେଲା । 

ପିଲାମାନେ ମିତାଲିର ଆଖି ପୋଛି କହିଲେ ଥାଉ ମା ତୁ କାନ୍ଦେନି , ସାଧବବୋହୁ ପରା ଋଷି ଗଲାଣି. ମିତାଲି ,ସ୍ମାର୍ଟ୍ ଫୋନ୍ ଅନ୍ ଲକ୍ କରି ସେମାନଙ୍କୁ ଗୁଗଲ୍ ରେ ସର୍ଚ୍ଚ କରି ,ସାଧବବୋହୁ ର ଫୋଟ ଦେଖାଉଥିଲା...... ସତରେ ଚରାଭୁଇଁ ଘାସର କୁହୁକରେ ଅଦୃଶ୍ୟ ହୋଇଯାଇଛି , ନାଲି ଟୁକୁଟୁକୁ ସାଧବବୋହୁଟି ଆମର ଋଷିକରି ଫୋଟ ହୋଇଯାଇଛି ସବୁଦିନ ପାଇଁଁ ।



Rate this content
Log in

Similar oriya poem from Tragedy