STORYMIRROR

Sashmita Panda

Romance Action Classics

4  

Sashmita Panda

Romance Action Classics

ଦିନଟିଏ ପାଇଁ

ଦିନଟିଏ ପାଇଁ

1 min
15

ଇଚ୍ଛାହୁଏ ଦିନଟିଏ ପିନ୍ଧିବାକୁ 

ତୁମ ପାଟ ପୀତାମ୍ବରି

ମୋ ସାରାଦେହରେ, ଲାଜର ଆଭରଣ କରି

ସଜେଇ ମଥାର ଓଢ଼ଣୀ କରି

ସେ ପଣନ୍ତ କାନିରେ ମୋର

ଘୋଡେ଼ଇ ଦିଅନ୍ତି ଏ ସାରାପୃଥିବିକୁ

ସାଉଁଟି ଆଣନ୍ତି ଝରିପଡୁଥିବା

ଖଣ୍ଡ ଖଣ୍ଡ ସ୍ୱପ୍ନର ତୁଷାରପାତକୁ

ରଖି ନିଅନ୍ତି ମୁଠେଇ ମୋ ହାତ ପାପୁଲିରେ

ଦିନଟିଏ ପାଇଁ ହେଉପଛେ 

ସାଜନ୍ତି ମୁଁ ତୁମରି ପ୍ରେୟସୀ 

ତୁମରି ଛଡାମାଳକୁ ମୋ 

ଗଭାର ଖୋସଣୀରେ ଖୋସି

ପାଦେ ମୋର ବାନ୍ଧି ପେନ୍ଥି ପେନ୍ଥି ଘୁଙ୍ଗୁର 

ତାଳେତାଳେ ନାଚିଯାନ୍ତି ,ତୁମରି ସଙ୍ଗରେ

ତୁମ ଶ୍ରୀଅଙ୍ଗରେ ମୋ ଅଙ୍ଗକୁ ମିଶେଇ

ତୁମରି ମଧୁମିଳନ ଓ ବିଚ୍ଛେଦରେ 

ଘାରି ହୁଅନ୍ତି ମୁଁ,ପାଗଳିନୀ ହୋଇ

ଝରାଅନ୍ତି ଆଶୃବିନ୍ଦୁ ସାରା ବୃନ୍ଦାବନେ

ସ୍ମୃତିର ସେ ଯମୁନା ଜଳରେ 

ପଦ୍ମବନେ ଫୁଟିଥିବା ପଦ୍ମପୁଷ୍ପ ଉପରେ

ଶ୍ରୀରାଧାଭାବ ବିହୁନେ ନଜାଣଇ କିଛି

ତେଣୁ ତୁମଠାରୁ ବର ତୁମକୁ ମାଗୁଛି

ମାଗୁଛି, ତୁମରି ସ୍ନେହ ଆଉ ଭଲପାଇବାର

ମଧୁରତା ଆଉ ଗଭୀର ଯନ୍ତ୍ରଣା 

ତୁମ ପ୍ରେମ ବିରହ ଭାବାବେଗ ର ଅହର୍ନିଶି

କଣ ତୁମେ, ଦେବନାହିଁ ପ୍ରଭୁ

ଏତିକି ଅଳି ମୋର ପୂର୍ଣକରି

ଦେବନାହିଁ ?; ଏତିକି ଭିକ୍ଷା 

ମୋ ଶୂନ୍ୟ ପାତ୍ରରେ ଢାଳି

ପାରିବନି କରିଦେଇ ଏତିକି କରୁଣା ??

ତବ କରକମଳର ଆଶିଷ ଅଞ୍ଜଳି ସିମନ୍ତୀରେ ମୋର

ଦିନଟିଏ ପାଇଁ ହେଉ ପଛେ 

ହୋଇଯାନ୍ତି ମୁଁ କୃତ୍ୟାକୃତ୍ୟା,ଯୁଗକୁ ଯୁଗକୁ

ଧନ୍ୟା ହୋଇଯାନ୍ତି ତବପାଦ ଶରଣପଞ୍ଜରେ

କାକରଭିଜା ସଦ୍ୟ ପ୍ରଷ୍ଫୁଟିତ 

ବକୁଳ ଶେଫାଳି ପରି ଝରିଯାନ୍ତି 

ତୁମରି ସେ ପଦ୍ମପାଦ ତଳେ

ଗଳାରେ ତୁମରି ଲମ୍ବିଯାନ୍ତି ମୁଁହି 

ଆପାଦମସ୍ତକ ଯାଏ 

ପ୍ରଭୁ ! କଣ ଦେବନାହିଁ ?? 

ସେତିକି ଭାଗ୍ୟ ସେତିକି ଅଧିକାର 

ଦିନଟିଏ ପାଇଁ ହେଉ ପଛେ 

ତରିଯାନ୍ତି ସବୁଜନ୍ମ ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance