STORYMIRROR

Sashmita Panda

Children Stories Fantasy Children

4  

Sashmita Panda

Children Stories Fantasy Children

ହସ ବିକାଳି

ହସ ବିକାଳି

2 mins
17

ମୁଁ ହସ ବିକାଳି

ନାଲି କୁ ନେଳି ରଙ୍ଗ

ଆଣିଛି ମୁଁ ଭଳିକି ଭଳି

ମୁଣ୍ଡରେ ଧରିଚି ରଙ୍ଗ ପସରା

"ହସ ରହସ୍ୟ" ନିଝଳି

   

ହେ ଝିଅ ବୋହୁ ଗାଁମାଇପେ ।

କିଶୋର କିଶୋରୀ,ବୁଢା କି ବୁଢ଼ୀ

ହସ କିଣିବାକୁ ,ଆସ ସମସ୍ତେ ,,

ସାଗୁଆ ନବ କି ନବ ନାଲିଆ

ଗୋଲାପି  ନବ କି ହଳଦିଆ ।।

ଭଳିକି ଭଳି ,ହସ ପସରା

ମୋ ଡାଲାରେ ଭରି ।

ସାହିସାହି ବୁଲି ,ବିକ୍ରି କରେ ମୁହିଁ

ମୁଁ ପରା "ହସ ବିକାଳି"

ଆସ କେ ରଖିବ ପଈସା ,ଧରି ।।

 

"ହସ ବିକାଳି" ହେ ହସ ବିକାଳି

ଏଠାକୁ ଆସ ତୋ ପସରା ମେଲି

ମୋତେ କି ବିକିବୁ ହସ ର ରଙ୍ଗ ,

ପିଲାଦିନ ଯେତେ ଖୁସି ର ବ୍ୟଙ୍ଗ ।।


ମୋ ପିଲାଦିନ

"ହସ‌ ରହସ୍ୟ" ର ରଙ୍ଗ ଦେଇ

କଣ ନେବୁ ମୂଲ୍ୟ

ପ୍ରତିବଦଳରେ....ଦେ କହି ।।

ଦେବି ବିକି...ସୁନା ହାର,

ରୂପାର ପାଉଁଜି

ଥିବା ଯାହା ମୋ ପାଖରେ,

ଅମାପ ସମ୍ପତ୍ତି ।।

ମୋତେ କି ଫେରେଇ ଦେବୁ

ଅଜା ଆଈ ଆଉ ଯେଜେମା ର ସ୍ନେହ....

କାନ୍ଦି କେତେ ଅଳି କଲେ

ହାତ ପାପୁଲିରେ ଦେବୁ...

ଆକାଶର ଜହ୍ନ ।।

ଆ ଜହ୍ନମାମୁଁ ସରଗଶଶି

ମୋ କାହ୍ନୁ ହାତରେ ପଡରେ ଖସି

ନନ୍ଦ ରାଜା କାନ୍ଧେ ,କାନ୍ଦନ୍ତି ମୁରାରୀ

ଦିଅ ତାତ ମୋ ହସ୍ତରେ ତାତ

ଜହ୍ନ ଆଣି କରି ।


ପରୀ ରାଇଜର କାହାଣୀ

ଶୁଣି ଶୁଣି ଆଶେ

ଆଖିରେ ନିଦ ମୋ

ଘୋଡେ଼ଇ ରାତି ଓଢ଼ଣୀ ।

କୂଆଁର ପୁନେଇ

ପରବ ହୋଇଲେ...

ଜହ୍ନି ଓଷା କରୁ ଆମେ

କୁଆଁରୀ ମେଳରେ ।

ଜହ୍ନି ଘର କାଟିଦେଇ

କଇଁଫୁଲରେ ସଜାଉ ।

କୁଆଁର ପୁନେଇଁ ଓଷା ଗୀତ ଗାଈ

ପୁଚି ଖେଳ ଖେଳୁଥାଉ ।

କୁଆଁର ପୁନେଇଁ ଜହ୍ନ ଗୋ

ଫୁଲ ବଉଳବେଣୀ

କୁଆଁରୀ ମାନଙ୍କ ଅପୂର୍ବ ଆନନ୍ଦ

ପୁଚି ଖେଳିବାକୁ ମନ ଗୋ

ଫୁଲ ବଉଳବେଣୀ ।

ରଜପରବ ଆସିଲେ

ସଜବାଜ ହେଉ,ପୋଡପିଠା ଖାଇ

ସାହି ସାହି ବୂଲୁଥାଉ ।

ରଜ ଦୋଳି ,ପଟା ଦୋଳି

ଉଚ୍ଚେ ଯାଏ ଉଡି ।

ଦୋଳି ଖିଲ ଖସିଗଲେ...ଛାଡେ କେ ବୋବାଳି ।

ରଜ ପାନଖାଇ, କରୁଥିଲି ମୁଁ ମଉଜ

ହେ" ହସ ବିକାଳି" ନେହୁରା ହଉଚି

ମୋ ପିଲାଦିନ ହସକୁ ତୁ

ଆଣିଦିଅ ଆଜ ।


ଶୁଣି କଥାକୁ ମୋହର

"ହସ ବିକାଳି"

ହସିହସି ସିଏ କହୁଚି ।

ସେ ରଙ୍ଗ ଟି ମା ଆଣିଥିଲି ମୁଁହି

ଆଊ ଜଣେ ନେଇ ଯାଇଚି ।।

ଭାବିକି ବସିଲି ମୁଁହିବି

କାଳି ଫେରାଇ ଦେଇ"

ହସ ରହସ୍ୟ" ମୋ

ନେଇଗଲା କିଏ

ଲୁହରେ ଭସାଇ ଦେଇ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍