ହସ ବିକାଳି
ହସ ବିକାଳି
ମୁଁ ହସ ବିକାଳି
ନାଲି କୁ ନେଳି ରଙ୍ଗ
ଆଣିଛି ମୁଁ ଭଳିକି ଭଳି
ମୁଣ୍ଡରେ ଧରିଚି ରଙ୍ଗ ପସରା
"ହସ ରହସ୍ୟ" ନିଝଳି
ହେ ଝିଅ ବୋହୁ ଗାଁମାଇପେ ।
କିଶୋର କିଶୋରୀ,ବୁଢା କି ବୁଢ଼ୀ
ହସ କିଣିବାକୁ ,ଆସ ସମସ୍ତେ ,,
ସାଗୁଆ ନବ କି ନବ ନାଲିଆ
ଗୋଲାପି ନବ କି ହଳଦିଆ ।।
ଭଳିକି ଭଳି ,ହସ ପସରା
ମୋ ଡାଲାରେ ଭରି ।
ସାହିସାହି ବୁଲି ,ବିକ୍ରି କରେ ମୁହିଁ
ମୁଁ ପରା "ହସ ବିକାଳି"
ଆସ କେ ରଖିବ ପଈସା ,ଧରି ।।
"ହସ ବିକାଳି" ହେ ହସ ବିକାଳି
ଏଠାକୁ ଆସ ତୋ ପସରା ମେଲି
ମୋତେ କି ବିକିବୁ ହସ ର ରଙ୍ଗ ,
ପିଲାଦିନ ଯେତେ ଖୁସି ର ବ୍ୟଙ୍ଗ ।।
ମୋ ପିଲାଦିନ
"ହସ ରହସ୍ୟ" ର ରଙ୍ଗ ଦେଇ
କଣ ନେବୁ ମୂଲ୍ୟ
ପ୍ରତିବଦଳରେ....ଦେ କହି ।।
ଦେବି ବିକି...ସୁନା ହାର,
ରୂପାର ପାଉଁଜି
ଥିବା ଯାହା ମୋ ପାଖରେ,
ଅମାପ ସମ୍ପତ୍ତି ।।
ମୋତେ କି ଫେରେଇ ଦେବୁ
ଅଜା ଆଈ ଆଉ ଯେଜେମା ର ସ୍ନେହ....
କାନ୍ଦି କେତେ ଅଳି କଲେ
ହାତ ପାପୁଲିରେ ଦେବୁ...
ଆକାଶର ଜହ୍ନ ।।
ଆ ଜହ୍ନମାମୁଁ ସରଗଶଶି
ମୋ କାହ୍ନୁ ହାତରେ ପଡରେ ଖସି
ନନ୍ଦ ରାଜା କାନ୍ଧେ ,କାନ୍ଦନ୍ତି ମୁରାରୀ
ଦିଅ ତାତ ମୋ ହସ୍ତରେ ତାତ
ଜହ୍ନ ଆଣି କରି ।
ପରୀ ରାଇଜର କାହାଣୀ
ଶୁଣି ଶୁଣି ଆଶେ
ଆଖିରେ ନିଦ ମୋ
ଘୋଡେ଼ଇ ରାତି ଓଢ଼ଣୀ ।
କୂଆଁର ପୁନେଇ
ପରବ ହୋଇଲେ...
ଜହ୍ନି ଓଷା କରୁ ଆମେ
କୁଆଁରୀ ମେଳରେ ।
ଜହ୍ନି ଘର କାଟିଦେଇ
କଇଁଫୁଲରେ ସଜାଉ ।
କୁଆଁର ପୁନେଇଁ ଓଷା ଗୀତ ଗାଈ
ପୁଚି ଖେଳ ଖେଳୁଥାଉ ।
କୁଆଁର ପୁନେଇଁ ଜହ୍ନ ଗୋ
ଫୁଲ ବଉଳବେଣୀ
କୁଆଁରୀ ମାନଙ୍କ ଅପୂର୍ବ ଆନନ୍ଦ
ପୁଚି ଖେଳିବାକୁ ମନ ଗୋ
ଫୁଲ ବଉଳବେଣୀ ।
ରଜପରବ ଆସିଲେ
ସଜବାଜ ହେଉ,ପୋଡପିଠା ଖାଇ
ସାହି ସାହି ବୂଲୁଥାଉ ।
ରଜ ଦୋଳି ,ପଟା ଦୋଳି
ଉଚ୍ଚେ ଯାଏ ଉଡି ।
ଦୋଳି ଖିଲ ଖସିଗଲେ...ଛାଡେ କେ ବୋବାଳି ।
ରଜ ପାନଖାଇ, କରୁଥିଲି ମୁଁ ମଉଜ
ହେ" ହସ ବିକାଳି" ନେହୁରା ହଉଚି
ମୋ ପିଲାଦିନ ହସକୁ ତୁ
ଆଣିଦିଅ ଆଜ ।
ଶୁଣି କଥାକୁ ମୋହର
"ହସ ବିକାଳି"
ହସିହସି ସିଏ କହୁଚି ।
ସେ ରଙ୍ଗ ଟି ମା ଆଣିଥିଲି ମୁଁହି
ଆଊ ଜଣେ ନେଇ ଯାଇଚି ।।
ଭାବିକି ବସିଲି ମୁଁହିବି
କାଳି ଫେରାଇ ଦେଇ"
ହସ ରହସ୍ୟ" ମୋ
ନେଇଗଲା କିଏ
ଲୁହରେ ଭସାଇ ଦେଇ।।
