STORYMIRROR

Sashmita Panda

Tragedy Fantasy Others

4  

Sashmita Panda

Tragedy Fantasy Others

ମୋ ଗାଁ ପଲ୍ଲୀ

ମୋ ଗାଁ ପଲ୍ଲୀ

1 min
345


ଆମ ଗାଁ ପଲ୍ଲୀ , ସତେ ସଜ ମଲ୍ଲୀ ।

ସେ ମାଟିର ମହକ , ଭରିଅଛି କୁହୁକ ।

ଆମ ଗାଁ ସହର ଠୁ କେଡେ ସୁନ୍ଦର ।

ଆମ ଗାଁ ନଈପାଣୀ ମହୁ ପରି ମଧୁର ।।୧।।

  ଆମ ଗାଁ ଚାଟଶାଳୀ, ପିଲାଦିନ ମାଡଗାଳି

  ଆମ ଗାଁ ବୋହୁ, କଥାରୁ ଝରେ ମୋହୁ ।

  ଆମ ଗାଁ ବରଗଛ ,ଟୋକା ବୁଢ଼ା ମେଳା

  ତାସ୍ ଖଟି କରନ୍ତି ବସି ,ଲଗାଇଣ ହୁଳା ।

  ବରଗଛ ଓହଳରେ ଝୁଲିଛି ମୁଁ କେତେ,

  ରଜଦୋଳି ପିଠା ପଣା ଖାଇଛି ବହୁତେ ।।୨।।

      ଆମ ଗାଁ ମେଲଣ, ରାଧାକୃଷ୍ଣ ଝୁଲଣ

     ଫଗୁଣ ରେ ହୋଳିଖେଳ,ଉଡ଼େ ରଙ୍ଗ ଅଭିର ।

     ଆମ ଗାଁ ଦାଣ୍ଡରେ,ଗୋପାଳ ବାଡି ନାଚରେ

     ଢୋଲ ମୃଦଙ୍ଗ ସଂକିର୍ତନେ,ବିଭାନ କେତେ ଆସେରେ ।

     ଘରେଘରେ ଭୋଗଖାଇ ନାଟୁଆ କହ୍ନାଇ

     ରାଧା ସଙ୍ଗେ ବୁଲୁଥାଏ ବିଭାନରେ ରହି ।।୩।।

            

        ଆ-କା-ମା-ବୈଇ..... ପାନ ଗୁଆ ଥୋଇ

         ଡଙ୍ଗା କୁ ଭସାଈଦେଉ କାର୍ତ୍ତିକେ ପୁନେଇଁ ।

         ଆମ ଗାଁ ବିଲ ବାଡି,ଧାନ ବିରି ବାଦାମ ଚାଷ ...

         ହଳକରି ଚାଷୀ ଫେରେ ହୋଇଣ ହରଷ। ।।୪।।

               ଗାଆଁର ପଖାଳ.... ଗାଆଁର ହାଟ

               ଗାଆଁ ସାଙ୍ଗ ସାଥି ସଞରେ ଭେଟ

               ଗାଆଁର ବରଷା ଗାଁ ର ଖରା 

                ଗାଆଁ ଦୀପାବଳୀ ଝାମୁ ଯାତରା

                ଗାଆଁର ଚକୁଳି ଆରିସା ପିଠା ।

                ଗାଆଁ ଭାଗବତ ଖଞଣୀ ପିଟା ।।୫।।


            

           ଗାଁ ର ଚନ୍ଦନ ଗାଁ ର ରାସ

           ଗାଁ ଭାଈ ବନ୍ଧୁ ମେଳରେ ହସ

           ଆମ ଗାଁ ମାଟି ମା ସମାନ

           ଭୁଲି ପାରିବିନି ତା ଅବଦାନ ।

           ଗାଁ ନୁହେଁ ସେତ ସରଗପୁର

           କରଈ ତାକୁ ମୁଁ ଲକ୍ଷେ ଜୁହାର ।।୬।।



Rate this content
Log in

Similar oriya poem from Tragedy