Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Tragedy

3  

Birakishore Nayak

Tragedy

ବଦନାମ ଗଳି

ବଦନାମ ଗଳି

1 min
200


ସଂସାରେ ଏମିତି ଇଲାକା ରହିଛି

  ନାଆଁ ବଦନାମ ଗଳି 

ବଦନାମ ହୁଏ କେହି ବି ସେଠାକୁ

  ଥରେ ମାତ୍ର ଗଲେ ଚାଲି |


ମାୟାପୁରି ପରି ଆକର୍ଷଣ ତାର

  ବେପଥୁ ମନକୁ କରେ 

ନଷ୍ଟପୁରୁଷ ହିଁ ଯାଏ ତ କେବଳ

  ମିଥ୍ୟା ପ୍ରଲୋଭନ ଘାରେ |


ରାଣୀ ମହୁମାଛି ବେପାରର ଫନ୍ଦା

  ଦେଇଛି ସେଠାରେ ଖୋଲି 

ଗରାଖ ଆସିଲେ ରୂପର ପସରା

  ଦେଇଥାଏ ସିଏ ମେଲି |


ନାରୀର କୋମଳ ଦେହର ପରଶେ

  ଆଗନ୍ତୁକ ତୃପ୍ତ ହୁଏ 

ବୁଝେନି କେବେ ସେ ନାରୀମନ ତଳେ

  କେତେ ଯେ ବେଦନା ଥାଏ |


କେଉଁ ପରିସ୍ଥିତି ବାଧ୍ୟ କରିଥାଏ

  ନାରୀକୁ ହେବାକୁ ସାକୀ 

ଜୀବନ ଯନ୍ତ୍ରଣା ଟାଣି ଆଣିଥାଏ

  ନିଜେ ନିଜ ପାଇଁ ସାକ୍ଷୀ |


କିଏ ସ୍ୱାମୀହରା କିଏ ବା ଛେଉଣ୍ଡ

  ନିରାଶ୍ରୟା ଅବା କେତେ 

ଅର୍ଥ ପ୍ରଲୋଭନେ ନରକ ଭୂଇଁକୁ

  ପାଦ ରଖିଥାନ୍ତି ସତେ |


ଥରେ ଯିଏ ଆସେ ଆଉ ଫେରେନାହିଁ

  ସମାଜ ବlଛନ୍ଦ ହୁଏ 

ଅଭିଶପ୍ତା ପରି ବଞ୍ଚେ ଦୁନିଆରେ

  ନରକ ଯନ୍ତ୍ରଣା ପାଏ |


ସଞ୍ଜ ନହେଉଣୁ ରୂପଚର୍ଯ୍ୟା ସରେ

   ନୂତନ ଗ୍ରାହକ ପାଇଁ 

ସବୁ ଯନ୍ତ୍ରଣା ଯେ ସହିବାକୁ ହୁଏ

  ପ୍ରତିବାଦ କରେ ନାହିଁ |


ଅର୍ଥ ସବୁ ଲୁଟେ ରାଣୀ ମହୁମାଛି

  ଲାଂଛନା ବି ମିଳେ କେତେ 

କେଉଁ ପୁରୁଷ ବି ବୁଝିନାହିଁ କେବେ

  ଆସନ୍ତି ବି ଯେତେ ଯେତେ |


ସୁରା ଆଉ ସାକୀ ମାୟାପୁରୀ ସେତ 

  କଳଙ୍କିତ ଏକ ସ୍ଥାନ 

ବଦନାମ ଗଳି କୁହୁକ ପରାୟେ

  ନଷ୍ଟେ କରେ ପ୍ରଲୋଭନ |



Rate this content
Log in

Similar oriya poem from Tragedy