ଅତୀତ କି ଫେରେ
ଅତୀତ କି ଫେରେ
ହୋଇଛି ସେ ଯାହା ଗତ
ଯାହା ହୋଇଛି ବିଗତ
ତା ପାଇଁ ଯେତେ ବି ଚିନ୍ତ
ସେ କି ଆସେ ଆଉ ଥରେ
ବିଗତ ଦିନର ସ୍ମୃତି
ଆଉ ସେ ଅତୀତ କି ଫେରେ ?
ଅତୀତର ଇତି କଥା
ସେ ପୁରୁଣା ଦିନର ଗୀତି କଥା
ପିଲାଦିନ ସେ କୈଶୋର ଯୌବନର
ସାଙ୍ଗସାଥୀ ମେଳର ପ୍ରୀତି କଥା
ଅଭୁଲା ଦିନର ଅଲିଭା ସେ ଗୀତି କବିତା
ସ୍ନେହ ପ୍ରେମର ସେ ଦିନକୁ
ଏବେ ବି ଏ ମନ ହୃଦୟ ଝୁରେ
ଆଜି ଆଉ ସେ ଅତୀତ କି ଫେରେ ?
ପୁରୁଣା ଦିନର ପ୍ରେମ
ଶୈଶବ ର ସେ ମନର ଭ୍ରମ
ଚପଳତା ସେ ଚଞ୍ଚଳତା
ମନ ଓ ମସ୍ତିଷ୍କ ର ଯେଉଁ କାର୍ଯ୍ୟକ୍ରମ
ସେ ବେଳେ ଯେତେ ମୁଁ ଥିଲି କାର୍ଯ୍ୟକ୍ଷମ
ଏବେ ସେସବୁକୁ ଏ ମନ ମୋ ଝୁରେ
କାହିଁ ଗଲା ସେ ଦିନ କାହିଁ ଗଲା ସେ ମନ
ପୁନର୍ବାର ଆଉ ସେ ଦିନ
ସେ ଅତୀତ କି ଫେରେ ?
ପ୍ରେମିକା ଓଠର ହସ
ମଧୁ ମାସେ ସେ ଦିନର
ସେ ପବନର ବାସ
ଆମ୍ର ବନେ କୋକିଳର
ସୁନ୍ଦର ସୁମଧୁର କୁହୁ ତାନର
ସେ କଣ୍ଠ ସ୍ବର ମନେ ଆଣୁଥିଲା
ଯେଉଁ ଆନନ୍ଦ ଉଲ୍ଲାସ ଓ ହର୍ଷ
ସବୁ ଆଜି ଏ ମନ ଝୁରିମରେ
ହେଲେ ଆଉ ସେ ଅତୀତ କି ଫେରେ ?
