STORYMIRROR

Sashmita Panda

Action Inspirational Thriller

4  

Sashmita Panda

Action Inspirational Thriller

ସାରେ ଜହାଁସେ ଅଚ୍ଛା

ସାରେ ଜହାଁସେ ଅଚ୍ଛା

1 min
20

ସାରେ ଜହାଁସେ ଅଚ୍ଛା ଦେଇଣ ଆହ୍ୱାନ 

ଆସ ଆସ ଭାରତକୁ କରିବା ସ୍ୱାଧୀନ।

୭୪ ତମ ଏଇ ସ୍ୱାଧିନତା ପାଇଁ 

ବଳୀ ପଡିଗଲେ କେତେ ଦେଶପ୍ରେମୀ

ଆମ ତ୍ରୀରଙ୍ଗା ମାତୃଭୁମୀର ସମ୍ମାନ ପାଇଁ .....।

ସୁଭାଷ ଚନ୍ଦ୍ର ବୋଷ୍ ଆଊ ଗାନ୍ଧୀ ଗୋପବନ୍ଧୁ 

ବାଜିରାଉତ , ଧରମା , ବିପ୍ଳବୀ ଜୟୀ ରାଜଗୁରୁ

ସେମାନଙ୍କ ବଳୀଦାନ ଅମର ପୃଷ୍ଠାରେ 

ରହିଛି କାଳକାଳକୁ ଭାରତ ଇତିହାସରେ

ଆଜିବି ଏ ଦେଶ ଆମ ହୋଇଅଛି ପଙ୍ଗୁ

ନାନା ଅପରାଧ ବଳାତ୍କାର ବଢୁଛି ଯେସନେ ଡେଙ୍ଗୁ 

ରାସ୍ତାଘାଟ ଘରେ ମଧ୍ୟ ଝିଅଟିଏ ଥାଇଁ 

ନିଜକୁ ଅସୁରକ୍ଷିତ ମଣୁଥାଏ ସେହି ।

କେଉଁଠାରେ ଚୋରୀ ହୁଏ କେଉଁଠି ଗଣ୍ଡଗୋଳ 

ଯୁବଗୋଷ୍ଠୀ ଖଣ୍ଡା ବନ୍ଧୁକ ଧରିଣ କରନ୍ତି ମର୍ଡର

ରାତିପାହିଲେ ବୋହୁକୁ ଶାଶୁଘରେ ବୋହୁପୋଡି

ବିଦ୍ୟାଳୟ ପାଠଶିକ୍ଷା ସବୁ ଗଲେଣି ପାସୋରୀ

ମଧୂବାବୁ ପରି ଆସ ମିଳାଇବା ହାତ 

ରାସ୍ତାଘାଟ ସମତୁଲ ପରି କରିବା

 ସମତୁଲ ଓ ନବନିର୍ମାଣ ଭାରତ ।

ହିଂସାଭାବ ଛାଡିଦେଇ ହୋଇ ଏକ ତୁଣ୍ଡ

ଗାଇଯିବା ସାରେ ଜହାଁସେ ଅଚ୍ଛା 🇮🇳 💪 

କଦମ୍ କଦମ୍ ମିଲାଏଜା..ଆଉ.ଜନ୍ ଗଣ ମନ 

ଦେଶପ୍ରେମ ଆଊ ଦେଶ ଭକ୍ତିର ସଂଗୀତ ।

ଦେଖ ଆଜି କଲିକତା R G kar medical ଭିତରେ

ଗଣ ବଳାତ୍କାର ହୋଇଗଲା ମୋମିତା ଭଊଣୀ ସାଂଗରେ 

ଚିକିତ୍ସିକା ଚିକିତ୍ସାଳୟରେ ମୃତ୍ୟୁ ପାଇଁ ଆଖିବୁଜି ଦେଲେ

ନର ପିଶାଚଙ୍କ ସହ ସଂଘର୍ଷ କରିଣ ସେହି ।

ଜୀବନ ଦାନ କରିଥାଏ ରୋଗୀଙ୍କୁ ଡାକ୍ତର 

ହେଲେ ଡାକ୍ତର କି କରିପାରେ ହେଲେ ବଳାତ୍କାର ।

we want justice ⚖️ ସବୁଠି ଗୋଟେ ନାରା

ନିର୍ଭୟା ପରି ମୌମିତା ଦେବନାଥ୍ ଙ୍କ ଅପରାଧୀଙ୍କୁ ଧରିଆଣି

ଭାରତମାତାର ସମ୍ମାନର ଟେକରଖ ତ୍ରୀରଙ୍ଗା ପତାକା ଧରି

ବଡ ବଡୁଆ ଊଚ୍ଚପଦରେ ଯେତେକ ରହିଛ

କିଏ ମନ୍ତ୍ରୀ , କିଏ ପ୍ରଧାନମନ୍ତ୍ରୀ , ଆଉ ରାଷ୍ଟ୍ରପତି 

ଦୂଷ୍କର୍ମ ମାର୍ଗରେ ଯେତେ ଅପରାଧୀ ରହିଛନ୍ତି 

ସେମାନଙ୍କୁ ଧରିଆଣି ଉଚିତ୍ ଶାସ୍ତି ଦିଅ ।

ଯୁବଗୋଷ୍ଠୀର ଅସଲି ତାକତ💪 ଦେଖାଅ ।

ଜୟହୀନ୍ଦ୍ ଜୟହୀନ୍ଦ୍ ବୋଲି ଆୱ‌।ଜ୍ ଦେଇଦିଅ ।

🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action