STORYMIRROR

Chittaranjan Nanda

Action Classics Inspirational

4  

Chittaranjan Nanda

Action Classics Inspirational

ଜୀବନର ଅର୍ଥ

ଜୀବନର ଅର୍ଥ

1 min
312

   

ହେ ଭଉଣୀ ଭାଇ, ନିଜେ କେବେ ଜାଣିବାକୁ 

ଚାହିଁଛ ଏ ଜୀବନର ଅର୍ଥ

ସତେ କଣ ତୁମେ ଜାଣି ପାରିଛ ଏହି ଅଛିଣ୍ଡା

ଅବୁଝା ଜୀବନର ପଥ ।


ଜୀବନ ଭିତରେ ସମାଜରେ ଅଭିଜ୍ଞତା କେତେ

କେତେ ନୂଆ ଶିକ୍ଷା ଦିଏ 

କରାଳ ଏହି ସମୟ ସୁଅରେ, ସୁନ୍ଦର ଭାବରେ 

କେତେ ରୂପ ନାଚି ଯାଏ ।


ମନୁଷ୍ୟର ଜ୍ଞାନର ଜ୍ୟୋତି ପ୍ରକାଶେ ଯେତେ

ବେଳେ ସେ ଲଭଇ ବୁଦ୍ଧି

ସତ୍ୟ ବାଟେ ବୁଦ୍ଧିମାନ ନର ହୁଏ ଅଗ୍ରସର,

ସମାଜର ହୁଅଇ ସମୃଦ୍ଧି ।


ଅଜ୍ଞାନର ତମସା ମଧ୍ୟେ ମଣିଷ ଅପଥରେ

କରି ଥାଏ ଗତି

ଜ୍ଞାନ ଆଲୋକର ପ୍ରଭାବରେ ବଢ଼ି ଥାଏ  

ମଣିଷର କରାମତି ।


ସମାଜର ସମ୍ପର୍କ ନାମରେ ହାଟରେ କେତେ

କିଣା ବିକା ଚାଲିଛି

ବନ୍ଧୁତା, ଗୋଟିଏ ମାତ୍ର ସମ୍ପର୍କ ଯାହା କିଣା 

ବିକା ବିନା ତିଷ୍ଠି ରହିଛି ।


ବନ୍ଧୁତାର ସମ୍ପର୍କର ମୂଲ୍ୟ ଦୁନିଆରେ କେହି 

ପାରିବେନି ଦେଇ 

ଯେଉଁ ଦିନ କିଣାବିକା ଏହା ହେବ ସେଦିନ 

ଏ ସଂସାର ଉଜୁଡି ଯିବଇ ।


ଜୀବନରେ ଜ୍ଞାନର ପ୍ରଦୀପକୁ ଜାଳିବାକୁ 

ଅବିରତ କରିଲେ ଜୀବନର ବ୍ରତ

ଜୀବନର ଅର୍ଥକୁ ଉପଲବ୍ଧି କରି ସମାଜ ସୁରକ୍ଷା 

ପାଇଁ କରିବା ଜୀବନକୁ ଜାଗ୍ରତ ।


Rate this content
Log in

Similar oriya poem from Action