STORYMIRROR

Chittaranjan Nanda

Abstract Action Inspirational

4  

Chittaranjan Nanda

Abstract Action Inspirational

ପଥ, ସତ୍ୟ, ଶାନ୍ତି ଓ ଧରମର

ପଥ, ସତ୍ୟ, ଶାନ୍ତି ଓ ଧରମର

1 min
298


ମଣିଷ ଜନମ ପାଇଛେ ଜଗତେ, 

ଆସିଛେ ଧରି ନିର୍ମଳ ମନ

ପ୍ରକୃତି ଯୋଗାଇ ଦେଇଛି ଜଳ, ସ୍ଥଳ,

ଗଗନ, ପବନ ଓ ବନ l


ସତ୍ୟ, ନିଃଶ୍ବାସ ପ୍ରଶ୍ଵାସ ବନ୍ଦ ନହେଲା 

ପର୍ଯ୍ୟନ୍ତ ସ୍ୱାର୍ଥ ତ ରହିବ 

ସତ୍ ଚିନ୍ତା ସତ୍ ଭାବନାର ପଥକୁ ବାଛିଲେ

ଶେଷ ଠିକଣାରେ ଶାନ୍ତି ହେବ ଲାଭ l


ନିଶ୍ୱାସ ଚାଲୁଥିବ ଯେବେ, ପାଖେ ସବୁ 

ଥିବେ, ଏ କଥାକୁ କିଆଁ ଭାବିବା 

ଜନ୍ମ ନେଇ ଥିଲେ ମୃତ୍ୟୁ ତ ଚିରନ୍ତନ ସତ,

କାହିଁକି ତାହାକୁ ଡରିବା l


ଏଣ୍ଡୁଅ ପରିକା ବହୁରୂପୀ ନସାଜି ସରଳତା 

ରଖିବା ହୃଦୟ ମନ୍ଦିରେ 

ପ୍ରଥମେ, ଅନ୍ୟକୁ ନିନ୍ଦା କରିବା ଆଗରୁ 

ନିଜକୁ ପରଖିବା ବାରେ l


ଭଦ୍ରମୁଖା ପିନ୍ଧି, ମିଥ୍ୟାପଥ ସୌଦାଗର ହୋଇ

ଭୁଲିବାନି ଅନ୍ୟର ଉପକାର

କାଟିବାନି ଜୀବନ କାଳ ସ୍ୱାର୍ଥ ମେଧ କୁଣ୍ଡେ 

ହୋଇ ଅତି ସ୍ବାର୍ଥପର l


ମୁଁ ମୁଁ କାର ଭାବ ତ୍ୟାଗ କଲେ ଯାଇ ଖର୍ବ 

କରିଦେବ ଯେତେ ଗର୍ବ ଅହଂକାର  

ମୋ ମତରେ, ହେ ମୋର ବନ୍ଧୁଗଣ, ଏ ପଥ

କେବଳ ସତ୍ୟ, ଶାନ୍ତି ଓ ଧରମର ।


Rate this content
Log in

Similar oriya poem from Abstract