STORYMIRROR

PURNA CHANDRA PANDA Purna

Action Classics Others

4  

PURNA CHANDRA PANDA Purna

Action Classics Others

ଦେବୀ ବାସନ୍ତୀ

ଦେବୀ ବାସନ୍ତୀ

1 min
358

ଋତୁଚକ୍ର ଆୟନେ ବସନ୍ତ ଶ୍ରେଷ୍ଠ

ଆସନ୍ତେ ଧରାବକ୍ଷ ଶୋଭା ବର୍ଦ୍ଧିତ ଯେ l


ନାନାବର୍ଣ୍ଣ କୁସୁମ ମହକ ନେଇ

ପୃଥିବୀ ବକ୍ଷ ଆହା ହସି ଉଠଇ ଯେ l


ଋତୁଙ୍କ ରାଜା ଯେଣୁ ବସନ୍ତ ଅଟେ

ସର୍ବଶୋଭାରେ ତେଣୁ ମହୀ ପ୍ରକଟେ l


କିବା ଉପମା ନାହିଁ ପ୍ରକୃତି ଠାରେ

ବାସନ୍ତୀ ଏହି କାଳେ ବିଜେ ମର୍ତ୍ତ୍ୟରେ ଯେ l


ସେ'ରୂପ ଦରଶନେ ପ୍ରଣୀ ହୃଦୟ

ପୁଣ୍ୟ ଆନନ୍ଦେ ହୁଏ ଅମୃତମୟ ଯେ l


ଋତୁରାଜ ସହିତ ଦେବୀ ବାସନ୍ତୀ

ପ୍ରକୃତି ପଟୁଆରେ ମରେ ଆସନ୍ତି ସେ l


ସୁରଗଣଙ୍କ ଶକ୍ତି ବହନ କରି

ଯଜ୍ଞ ଅନଳୁ ଜନ୍ମ ସେ'ଆଦି ନାରୀ ଯେ l


କୋଟି ଦେବତା ଅଂଶୁ ହୋଇଲା କାୟା

ବସ୍ତ୍ର, ଭୂଷଣ, କେଶ, ଆୟୁଧ ଯାହା ଯେ l


ବାହନ ହାତେଇଲେ ବଣଭୂଷଣ,,

ଅଦ୍ଭୁତ ଶକ୍ତିପୁଞ୍ଜ ଲାଗେ ସ୍ୱର୍ଗେଣ ଯେ l


ମହିଷl ଉପଦ୍ରବେ ସର୍ବ ଦେବତା,

ବିଷ୍ଣୁ ପୂଜନେ ଦୂର୍ଗା ହେଳେ ଶମ୍ଭୁତା ଯେ l


ଚଣ୍ଡ ମୁଣ୍ଡ ସହିତ ସେ ରକ୍ତବୀର୍ଯ୍ୟ

ଶୁମ୍ଭ ନିଶୁମ୍ଭ ମୋକ୍ଷେ ତା'ମହା ତେଜ ଯେ l


ସେ ରୂପ ଦରସନେ ସୃଷ୍ଟି ହୃଦୟ,

ପୁଣ୍ୟ ଆନନ୍ଦେ ହୁଏ ଅମୃତ ମୟ ଯେ l


ରାଜା ସୁରଥ କଲେ ସମଧି ପୂଜା,,

ପ୍ରକାଶ ହେଲୁ ମନ ଜାଣି ବିରଜା ଲୋ l


ଗତି ମୁକତି ଯେଣୁ ପ୍ରଦାନ କଲୁ,,

କୋଟି ଐଶୁର୍ଯ୍ୟ ତlରେ ଯାଚିତୁ ଦେଲୁ ଲୋ l


ଏସନ ସ୍ଵଛ ଦାନ ଜଗତ ହିତେ

ତେଣୁ ବାସନ୍ତୀ ନାମେ ସ୍ଥିତ ଜଗତେ ଯେ l


ଅନନ୍ତ କୋଟି ଦଣ୍ଡବତ କରୁଛି,,

ବିଶ୍ୱ ବାରୁଦ ଦୂର କର ଚାହୁଁଛି ମୁଁ l


Rate this content
Log in

Similar oriya poem from Action