STORYMIRROR

Sarita Rani Mohanty

Action

4  

Sarita Rani Mohanty

Action

ଧନ୍ୟ ଆମ ଓଡ଼ିଶା

ଧନ୍ୟ ଆମ ଓଡ଼ିଶା

1 min
22.8K


ଓଡିଶା ଓଡିଶା ଆମ ଏ ଓଡିଶା

  ଭିନ୍ନ ଏକ ନାମ ତାର,

ଯୋଜନ ଯୋଜନ କିର୍ତ୍ତୀ କଳାପାଇଁ

  ପାଉଅଛି ପୁରଷ୍କାର  ।


ନୃତ୍ୟ, କ୍ରୀଡା ଆଉକଳାସ୍ଥାପତ୍ୟରେ

  ଆଖି ଆମ ଝଲକଇ,

ଗଉରବେ ଆମ ମଥାନତ ହୁଏ

  ତା ନାମେ ଧ୍ୱଜା ଉଡଇ ।


କେତେ କଳାକାର ମନ୍ତ୍ରୀ ବୃନ୍ଦଆଜି

  ଗର୍ବରେ ଛାତି ଫୁଲାନ୍ତି,

ଓଡିଶା ରାଇଜେ ଜନମ ଲଭିଣ

   ନିଜକୁ ଧନ୍ୟ ମଣନ୍ତି ।


ହକିର ଜନମ ଓଡିଶା ରାଇଜେ

   ଅଟେ ତା ଏନ୍ତୁଡି ଶାଳ,

ଯୁବଶକ୍ତି ଆଜିଉଦଯୋଗୀହୋଇ

   ଖେଳୁଛନ୍ତି ହକିଖେଳ  ।


ହକିପାଇଁ ଆଜି ଚକାଚକ ହେଲା

  ରାଇଜ ଭୁବବନେଶୱର,

ସଭିଙ୍କ ମନରେ ଜାଗ୍ରତ ଆଣିଲା

    ହକିଖେଳ ଦେଖିବାର  ।


ଇତିହାସ ପୃଷ୍ଠେ ନାମ ରଖିଗଲା

  ଆମ ରାଇଜ ଓଡିଶା,

ନୃତ୍ୟ,ସଙ୍ଗୀତ ଓ ଆଲୋକ ସଜ୍ଜାରେ

   ବଦଳିଲା ତାର ଦିଶା  ।


ଧନ୍ୟ ଏ ଓଡିଶା ଧନ୍ୟ ତାର କିର୍ତ୍ତୀ

   ଯୁଗେ ଯୁଗେ ରହିଥିବ,

କେତେ ଗୁଣୀ ଜ୍ଞାନୀ ତା କୋଳରେ ଜନ୍ମି

  ନିଜକୁ ଧନ୍ୟ ମଣିବ  ।



Rate this content
Log in

Similar oriya poem from Action