Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Children Inspirational

5.0  

ବି. ନିରୁପମା

Action Children Inspirational

ରଖିବୁ ନାଆଁଟି ମୋର

ରଖିବୁ ନାଆଁଟି ମୋର

1 min
240




'ପାରିଜାତ' ଆଲୋ ସରଗରୁ ତୁହି

ମରତେ ପଡ଼ିଛୁ ଖସି ,

ଭଳି ଭଳି ମୋତି ଝରିପଡ଼େ ପରା

ତୁଉ ଦେଲେ ଟିକେ ହସି ।

ସୁନା ' ପରୀ ' ରୁପା ଶଶୀ ;

ତୋଅରି ହସରେ ଉଇଁଯାଏ ଜହ୍ନ

ମେଘ ଘୋଟେ ଗଲେ ରୁଷି ।


ଗେହ୍ଲା ଝିଅ ମୋର ସବୁଠୁ ସୁନ୍ଦର

ଚନ୍ଦର ଉଦିଆ ମୁହଁ ,

ଭାରି ଚୁଲୁବୁଲି ,ତୁ ଲୋ ଗୁଲୁଗୁଲି

ତୋ ସରି ଆଉ କେ ନୁହଁ ।

ଚାଲୁଥାଉ ଠୁକୁ ଠୁକୁ ;

ତୋର ଠାଣି ବାଣୀ ମନ ନିଏ କିଣି

କୁଣ୍ଢେ ମୋଟ ହୁଏ ବୁକୁ ।


ତୋତେ ନେଇ କେତେ ସପନ ଦେଖୁଛି

ହେବୁ ଦୁନିଆରେ ଜଣେ ,

ଆନ ଲୋକଙ୍କର ଆଦରଶ ସାଜି

ଚିହ୍ନା ହେବୁ କୋଣେ କୋଣେ ।

ରଖିବୁ ନାଆଁଟି ମୋର ;

ଶିକ୍ଷା,ଦୀକ୍ଷା ଆଉ ସଂସ୍କାର ଯେତେକ

ଭୂଷଣ ହୋଇବ ତୋର ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Action