STORYMIRROR

PURNA CHANDRA PANDA Purna

Action Others

3  

PURNA CHANDRA PANDA Purna

Action Others

ଆସରେ ପିଲାଏ

ଆସରେ ପିଲାଏ

1 min
177


ଆସରେ ପିଲାଏ କଥା ଏ କରିବା

ସଭିଙ୍କୁ ସମ୍ମାନ ଦେବା,

ପିତା ମାତା ଆମ ଚଳନ୍ତି ପ୍ରତିମା

ଭକ୍ତି ତାଙ୍କୁ କରୁଥିବା ll

ନିତ୍ୟକର୍ମ ସଦା ନିଜେ ହିଁ କରିବା

ଅବହେଳା କରିବାନି,

ସଭିଙ୍କୁ ଭାବିବା ନିଜର ବାଳକେ

ଦୁଃଖ କାହାକୁ ଦେବlନି ll

ବିଦ୍ୟାଳୟ ଆମ ମନ୍ଦିର ଧନରେ

 ଯାଉଥିବା ନାହିଁ ହେଳା,

'ମନ୍ଦିର ପ୍ରସାଦ, ବିଦ୍ୟା ରେ ବାଇଆ

ସେବନେ ସରିବା ବେଳା ll

ଗ୍ରାମ୍ୟ ପଥ ଆମ ଜନ୍ମ ସହଚର

ତା'ଛାତିରେ ଆମ ଚାଲି,

ବାଡ଼ି ପୋଇ, ଶାଗ, ଖଡ଼l, ଲେମ୍ବୁ, ମୁଗ

 ସ୍ୱାଦତ ହରଡ଼ ଡାଲି ll

ଋତୁର ସମ୍ଭାର ଆଣେ ମୋ ପ୍ରକ୍ରୁତି

ବାର ମାସେ ତେର ପର୍ବ ,

ହଜାର ଫୁଲର ଗନ୍ଧ ମନ୍ଦ ମନ୍ଦ

ମାଟି ମାଆର ଏ ଗର୍ବ ll

ନଈ, ନାଳ, ବନ୍ଧ ଅଯତ୍ନ ନ କରି

ସଦା ସତର୍କ ରହିବା,

ମୁହଁ ଘୋଡ଼େଇବା, ହାତ ବି ଧୋଇବା

ଟିକିଏ ଦୂରେ ରହିବା ll

ପାଠ ତ ଅଟଇ ବଡ଼ ଧନ ପିଲେ

ତାହା ଅର୍ଜନ କରିବା,

ସ୍ୱାସ୍ଥ୍ୟ ମହା ରତ୍ନ, ନେବା ସର୍ବେ ଯତ୍ନ 

ଯୋଗ, ବ୍ୟାୟାମ କରିବା ll

ଗାଆଁ ମାଟି ମାଆ ଠାରୁ ଗରୀୟାନ

ତାହା ପ୍ରତି ଶ୍ରଦ୍ଧା କରି,

ତା'ପାଣି, ପବନ ଆମର ଚନ୍ଦନ

ଖୁସିରେ ନେବା ଆଦରି ll

ଆମ ବାପା, ଜେଜେ ବାପl ଯହିଁ ଛନ୍ତି

ସେଇ ପବିତ୍ର ମଶାଣି,

ମା'ପରି କୋଳେ କୋଟି ପ୍ରିୟଜନ

ଢାଙ୍କେ ତା ପ୍ରୀତି ଓଢ଼ଣୀ ll

ମୋ ନଈ ଗୋବରୀ ନେବି ମୁଁ ଆଦରି

ଗଙ୍ଗା,ଗୋଦାବରୀ ଦୂରେ,

କିଏ ବା ଦେଖିଛି, କି ଅବା ଚିହ୍ନିଚି

କେତେ ଧର୍ମ ଅଛି କାରେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action