STORYMIRROR

Kabiratna Nutan Kumar Behera

Abstract Action Classics

4  

Kabiratna Nutan Kumar Behera

Abstract Action Classics

ଭୁଲିବିନି କେବେ ତୁମ କଥା

ଭୁଲିବିନି କେବେ ତୁମ କଥା

1 min
337


ଭୁଲିବିନି କେବେ ତୁମ କଥା

ଗୋଟି ଗୋଟି ସବୁ ହୃଦୟରେ ମୋର

ଫୁଲହାର ପରି ହୋଇ ରହିଛି ଗୁନ୍ଥା

ବଞ୍ଚିଥିବା ଯାଏଁ ତୁମ ପ୍ରଶଂସା କରୁଥିବି

ତୁମ କଥା ତ ମୋ ଜୀବନର ଗାଥା

ପର ହୋଇ ବି ଭାବିନ କେବେ ପର

ନିଜରଠୁ ବେଶି କରିଛ ନିଜର

ଦେଖାଇ ଅନୁକମ୍ପା ସହାନୁଭୂତି

ରଖିଛ ଅନ୍ତରରେ ଅଶେଷ ଅନୁରାଗ

ଭାବିଲେ ଆପଣାର ଆତ୍ମୀୟମାନଙ୍କୁ

ତୁମ ସୁନ୍ଦର ମୁହଁଟି ମୋତେ ଦିଶେ ଆଗ

ସଂକଟାପନ୍ନ ମୁମୂର୍ଷୁ ଅବସ୍ଥାରୁ

ସେବା ଶୁଶ୍ରୂଷା କରି ବଞ୍ଚାଇଛ ମୋତେ 

ଆଶା ନଥିଲା ତିଳେ ବି ମୋର

ଫେରି ପାଇବି ବୋଲି ଏ ଜୀବନ

ଦେବଦୂତ ପରି ଆସି ରକ୍ଷା କରିଛ

ଦେଇଛ ଉତ୍ସାହ ଯୋଗାଇଛ ପ୍ରେରଣା

ଶୁଭାକାଂକ୍ଷୀ ହୋଇ ଶୁଭ ମନାସିଛ

ଆଜିର ଯୁଗରେ ତୁମ ପରି ମଣିଷ

ଖୋଜିଲେ ମିଳିବେ କ୍ଵଚିତ

ବିନା ସ୍ବାର୍ଥରେ ତୁମେ କରିଛ ତ୍ୟାଗ

ମୋତେ ଦେଇଛ ନୂଆ ଜୀବନ 

ସତରେ ମୋର ବହୁତ ଭାଗ୍ୟ

ବନ୍ଧୁ ପରି ବନ୍ଧୁଟିଏ ତୁମେ ମୋର

ମୁଁ ସୁଦାମା ନହେଲେ ମଧ୍ୟ ତୁମେ ଶ୍ରୀକୃଷ୍ଣ

ମାନବ ରୂପରେ ମୋ ପାଇଁ ଆସିଛ

ତୁମକୁ ଯେତେ ପ୍ରଶଂସା କଲେ

ତୁମର ବଦାନ୍ୟତାକୁ ହେବ ଊଣା

ତୁମ ଦାନର ପ୍ରତିଦାନ କି ଦେଇ ପାରିବି 

ତୁମକୁ ମହାପ୍ରଭୁ କରନ୍ତୁ କରୁଣା 

ପବିତ୍ର ମନେ ପ୍ରାଣେ କରେ ପ୍ରାର୍ଥନା 

ହୃଦୟରୁ ଦିଏ ତୁମକୁ ସମ୍ମାନ

ତୁମ ପରି ମଣିଷ ସଂଖ୍ୟା ଅଧିକରୁ ଅଧିକ

ହୁଅନ୍ତେ ଯଦି ଏ ସଂସାରରେ

ସବୁ ସମସ୍ୟାର ହୋଇଥାନ୍ତା ସମାଧାନ

ଦୂର ହୁଅନ୍ତା ସଭିଙ୍କର ମନର ବ୍ୟଥା

ଭୁଲିବିନି କେବେ ତୁମ କଥା।

   







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract