ବରଷା ବେଳାରେ
ବରଷା ବେଳାରେ
ବରଷା ବେଳାରେ ଛତା ତଳେ
ଆମେ ଦିହେଁ ଥିଲୁ ପଦ୍ମ ପତରେ
ଢଳ ଢଳ ସ୍ୱଚ୍ଛ ବାରିଧାରା ପରି
ଅନ୍ତର ମିଶିଥିଲା ଅନ୍ତର ସ୍ପର୍ଶ କାତରେ
ସେଦିନ ହେଲାଣି ପୁରୁଣା ଆଜି
ଏତେ ବର୍ଷ ପରେ କି ଲାଭ ହେଜି
ବର୍ଷା ଢ଼ାଳୁଥିଲା ଆମ ସ୍ଵାକ୍ଷରେ
ଇସ୍ତାହାର ପତ୍ରରେ
ଗଇଁଠିଆଳରୁ ଟୋପି ଟୋପି ପାଣି
ଭିତରେ ରୁପା ଜହ୍ନ ଲୁଚି ବଉଦ ଫାଙ୍କରେ
ଶାଶ୍ୱତ ନିର୍ମଳ ସରଳ ମନ ମିଶିଗଲା
ହୃଦ କନ୍ଦରେ, ସ୍ୱଚ୍ଛ ସରସ ସାରସ ପକ୍ଷୀ ଭିତରେ
କେତେ ଛନ୍ଦରେ ଗନ୍ଧରେ ବିତିଲା
ବରଷ ବରଷ ବର୍ଷା ଭିତରେ
ଆଜି ସେହି ବର୍ଷା ଅଛି ଶୀହରଣ ତୋଳି
ଡାକୁଛି ମୟୁର ମୟୂରୀ ରହିକି ଦୂରେ
ପିତା ମାତା ପିତାମହ ପିତାମହୀ ଆଶ୍ରିବାଦ
ଅଛି ଆମ ପଥ ପାଥେୟ ସାଥିରେ
ଝିପି ଝିପି ବର୍ଷା ସ୍ୱର କହୁଛି ରିମ ଝିମ ଲୟ
ତୋଳୁଛି ଗଜଲ ମଲ୍ହାର ଦୁଇ ନୟନ ଧାରେ
ଶ୍ରାବଣେ ଶ୍ରାବଣୀ ସାଧବବୋହୁ ସାଥେ
ହସୁଛି ମଖମଲ୍ଲୀ ନାଲି ପାଟ ପିନ୍ଧିରେ
ସେଇ ଦିନ ସେଇ ଲଗ୍ନ ସେଇ ମନ ଏବେବି
ଅଛି ଥିଲା ଥିବ ଭବିଷ୍ୟନିଧି ପାଣ୍ଠିରେ ।
