STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ବରଷା ବେଳାରେ

ବରଷା ବେଳାରେ

1 min
358


ବରଷା ବେଳାରେ ଛତା ତଳେ

ଆମେ ଦିହେଁ ଥିଲୁ ପଦ୍ମ ପତରେ

ଢଳ ଢଳ ସ୍ୱଚ୍ଛ ବାରିଧାରା ପରି

ଅନ୍ତର ମିଶିଥିଲା ଅନ୍ତର ସ୍ପର୍ଶ କାତରେ

ସେଦିନ ହେଲାଣି ପୁରୁଣା ଆଜି

ଏତେ ବର୍ଷ ପରେ କି ଲାଭ ହେଜି

ବର୍ଷା ଢ଼ାଳୁଥିଲା ଆମ ସ୍ଵାକ୍ଷରେ 

ଇସ୍ତାହାର ପତ୍ରରେ

ଗଇଁଠିଆଳରୁ ଟୋପି ଟୋପି ପାଣି

ଭିତରେ ରୁପା ଜହ୍ନ ଲୁଚି ବଉଦ ଫାଙ୍କରେ 

ଶାଶ୍ୱତ ନିର୍ମଳ ସରଳ ମନ ମିଶିଗଲା

ହୃଦ କନ୍ଦରେ, ସ୍ୱଚ୍ଛ ସରସ ସାରସ ପକ୍ଷୀ ଭିତରେ 

କେତେ ଛନ୍ଦରେ ଗନ୍ଧରେ ବିତିଲା

ବରଷ ବରଷ ବର୍ଷା ଭିତରେ

ଆଜି ସେହି ବର୍ଷା ଅଛି ଶୀହରଣ ତୋଳି

ଡାକୁଛି ମୟୁର ମୟୂରୀ ରହିକି ଦୂରେ 

ପିତା ମାତା ପିତାମହ ପିତାମହୀ ଆଶ୍ରିବାଦ

ଅଛି ଆମ ପଥ ପାଥେୟ ସାଥିରେ 

ଝିପି ଝିପି ବର୍ଷା ସ୍ୱର କହୁଛି ରିମ ଝିମ ଲୟ

ତୋଳୁଛି ଗଜଲ ମଲ୍ହାର ଦୁଇ ନୟନ ଧାରେ 

ଶ୍ରାବଣେ ଶ୍ରାବଣୀ ସାଧବବୋହୁ ସାଥେ

ହସୁଛି ମଖମଲ୍ଲୀ ନାଲି ପାଟ ପିନ୍ଧିରେ 

ସେଇ ଦିନ ସେଇ ଲଗ୍ନ ସେଇ ମନ ଏବେବି

ଅଛି ଥିଲା ଥିବ ଭବିଷ୍ୟନିଧି ପାଣ୍ଠିରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract