STORYMIRROR

Kabiratna Nutan Kumar Behera

Tragedy Action Classics

4  

Kabiratna Nutan Kumar Behera

Tragedy Action Classics

ଶ୍ରାବଣୀ ଆଖିରେ ଲୁହ

ଶ୍ରାବଣୀ ଆଖିରେ ଲୁହ

1 min
279


ସୁନ୍ଦର ନାଲି ଓଠେ ଫୁଟାଇବାକୁ ଚେନାଏ ହସ

ଆକାଶର ଛାତି ଚିରି ବର୍ଷୁଥିଲା ଶ୍ରାବଣ

ହୃଦୟରୁ ତାର ଝରାଉଥିଲା ପ୍ରୀତିର ମଧୁଝର

ମନେ ପ୍ରାଣେ ଗଭୀର ଭାବେ ଭଲ ପାଇ  

କେଉଁ କାଳରୁ ବସୁଧା ସାଥେ ଗଢିଛି ସଂପର୍କ

ପ୍ରିୟ ହେଲେ ଶ୍ରାବଣ ପ୍ରିୟା ତାର ଶ୍ରାବଣୀ

ମିଳନରେ ତାଙ୍କର ବାଜି ଉଠେ ଶୁଭ ଶଙ୍ଖ

ନାଚି ଯାଏ ଆନନ୍ଦର ଲହରୀ ସାରା ମୂଲକ

ଶୋଭା ଶିରୀରେ ସବୁଜିମାର ସୁଷମା ଭରି 

ପରୀଟିଏ ପରି ପ୍ରକୃତିରାଣୀ ନବରୂପେ 

ବସୁଧା ମାଆର କୋଳେ ନେଉଥିଲା ପୁନର୍ଜନ୍ମ

ଶ୍ରାବଣ ଶ୍ରାବଣୀ ନିବିଡ଼ ପ୍ରେମରେ ରହି ମଗ୍ନ

ଭରି ଦେଉଥିଲେ ଭବେ ଐଶ୍ବର୍ଯ୍ୟ ପ୍ରାଚୁର୍ଯ୍ୟ

ତ୍ୟାଗ ତିତିକ୍ଷାର ସମର୍ପଣେ କରିବାକୁ ମଙ୍ଗଳ

ଜଗତେ ଜନ ଜୀବନ ନାଚୁଥିଲେ ଉଲ୍ଲସିତେ

କିନ୍ତୁ ହାୟ ! ଆଜି ଶ୍ରାବଣୀ ଆଖିରେ ଲୁହ

ବେଦନା ଭରା ଛାତିରେ ତାର ଅସରନ୍ତି କୋହ

ଅଭାବ ଦୂରେଇ ଦେବାକୁ ଜୀବନ ସଜାଡି଼ 

ଦେଉଥିଲା ଅସରା ଅସରା ବରଷା ଅଜାଡି଼

ହସୁଥିଲା କ୍ଷେତ ଖମା ବହୁଥିଲା ନଦ ନଦୀ

ଜହ୍ନର ଜୋଛନା ଖେଳୁ ଥିଲା ଲୁଚକାଳି

ଆକାଶର ଘନ କଳା ଧଳା ବାଦଲର ସାଥେ

ସବୁ ହୁଏ ସ୍ଵପ୍ନମୟ ଆଶାର ଖାଲି ପ୍ରହେଳିକା

ନାହିଁ ଶ୍ରାବଣର ସେ ପ୍ରେମମଧୁ ମୂଷଳଧାରା

ବସୁଧାକୁ କରେ ଉପେକ୍ଷାରେ ପ୍ରତାରିତ 

ଅଧରର ହସ ଫୁଲ ଯାଏ ଝାଉଁଳି ମଉଳି

ଶୂନ୍ୟତାର ଲହ ଲହ ଜିହ୍ଵା ହୁଏ ପ୍ରାସାରିତ

ଜଳ ବହୁଳେ ଜଳ ବିହୁନେ ଗ୍ରାସେ ଧରା

ଚିନ୍ତାରେ ହତ ହୁଅନ୍ତି ଜଗତେ ପ୍ରାଣୀ କୁଳ

କାଳର କରାଳଛାୟା ଢାଙ୍କି ଦିଏ ରୁଗ୍ଣ ଦେହ

ଅସହାୟତାରେ ଝରେ ଶ୍ରାବଣୀ ଆଖିରେ ଲୁହ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy