ମିଥ୍ୟା ଭ୍ରଷ୍ଟାଚାର ବଜାର ଏଠି
ମିଥ୍ୟା ଭ୍ରଷ୍ଟାଚାର ବଜାର ଏଠି
ହେ ରାମ
ନାହଁ ଯେ ନୀତି ନିୟମ
ସତ୍ୟ ଅହିଂସାର ଭାବ ନାହିଁ ତା ମନ
ଧର୍ମ କର୍ମ ନାହିଁ
ହିଂସା ଅହଂକାର ଠକାଠକି ବଜାର ଲାଗିଛି
ବିଶ୍ୱାସଘାତକତାର
ଅବର୍ଣ୍ଣନୀୟ ଓ ଅକଳ୍ପନୀୟ
ଚହଳପହଳ
ବଜାର ସାଜିଛି ମିଥ୍ୟା ଓ ଭ୍ରଷ୍ଟାଚାର
ହେ ରାମ
ନେତା ଠକୁ ଅଛି ପ୍ରଜାକୁ ଯେ ତାର
କରୁଛି ବିଭକ୍ତ ଜାତି ଓ ଜାତିର
ନିଜ ଲାଭ ପାଇଁ କରୁଛି ଧର୍ମରେ ପ୍ରଶ୍ନ
କାଳ୍ପନିକ କହୁଛି
ତାଣ୍ଡବ କରୁଛି ନେତା ସତ୍ତା ଲୋଭରେ
ତାର ସମର୍ଥନ ଆତଂକବାଦୀଂକୁ
ବିଶେଷ ଜାତିକୁ ହାତେ ରଖୁବା ପାଇଁ
ଅଭିନୟ ତାର ଭୋଟ୍ ପାଇବା
ନାହିଁ ରାଷ୍ଟ୍ର ପ୍ରୀତି ଭକ୍ତି
ଭଲ କି କରିବ ପ୍ରଜାଙ୍କ
ଆଣିବ କି ଖୁସି ଗରିବ ଉତ୍ଥାନ ଏ
କାର୍ଯ୍ୟ ତାର ଦେଖ ଭ୍ରଷ୍ଟାଚାର
ସତ୍ତା ଲାଭ ପାଇ
ଲୁଟିବାର କାର୍ଯ୍ୟ
କରୁଛୁ ଆଜି ନେତାରେ
ହେ ଭାଇ
ବଜାର ଗରମ ଚହଳପହଳ
ବଜାର ଲାଗିଛି ମିଥ୍ୟ ଲୋଭ ଓ ଭ୍ରଷ୍ଟାଚାର
ହେ ରାମ ।