STORYMIRROR

Aparajita Sarangi

Abstract Tragedy Classics

4  

Aparajita Sarangi

Abstract Tragedy Classics

ନିର୍ବିଘ୍ନ ପାର୍ବଣ ର ଶିଖା

ନିର୍ବିଘ୍ନ ପାର୍ବଣ ର ଶିଖା

1 min
220

ଝିଲିମିଲି ଚିକମିକ ରଙ୍ଗୀନ କାଗଜ

ଯେତେବେଳେ ସଜାଇଥାଏ ଠାକୁର-

ଘର ବିମାନ ଖୁମ୍ବ ରେ, ସ୍ୱର୍ଣ୍ଣାଭ ଭ୍ରମ

ସୃଷ୍ଟକାରୀ ସିଂହାସନ ର ଚୌପlଢି ରୁ

ଦିଶିଯାଏ ମହାଲକ୍ଷ୍ମୀଙ୍କର ସହlସ୍ୟ ବଦନ

ହୋଇଯାଏ ଛାତି ମୋର କୁଣ୍ଢେମୋଟ

ସତେ ମୁଁ କି ଭାଗ୍ୟବାନ,

ପାଇଛି ସୌଭାଗ୍ୟ, ପୂଜିବି ଲକ୍ଷ୍ମୀ

ଦୀପାବଳୀ ର ପବିତ୍ର ଦିବସ ରେ

ସଜାଇବି ମୋ ଆଳୟ ଦୀପ ର

ଚକମକ ଆଲୋକ ମାଳାରେ,

ହଁ ମୁଁ ତ ନାରୀ, ସର୍ବତ୍ର ପୂଜିତl

ସମାଜର ଯୋଜନା ରେ ସର୍ବାଗ୍ରେ

ବିବସ୍ଥିତl, କାହାଣୀ ପୃଷ୍ଠlରେ ମୁଖ୍ୟ ନାୟିକା,

ନୁହେଁ କି ଏହା ମୋ ସୌଭାଗ୍ୟ

ଜନ୍ମିତ ନାରୀ ପୂଜିବ ଦେବୀ ନାରୀ

ନାହିଁ ଆଜି ମୁହିଁ ଏରୁଣ୍ଡି ବନ୍ଧ ମଧ୍ୟରେ ବନ୍ଦିନୀ,

ମୁଁ ଆଜି ମୁକ୍ତି ଗାମିନୀ

ସହସା ଖବରକାଗଜ ର ଅପ୍ରତ୍ୟାଶିତ

ପୃଷ୍ଠା ମଧ୍ୟରୁ ଦିଶିଯାଏ, ଛlପାଖାନା ର

କଳା ସ୍ୟାହିରେ ଚିତ୍ରିତ ନାରୀ ଚରିତ୍ର ସବୁ

ଧର୍ଷିତା ଲୁଣ୍ଠିତା ଅପହୃତl ଆଉ ଯୌତୁକ

ଜୁଇ ରେ ଦଗଧିଭୁତା, ଆଃ! କି କାରୁଣ୍ୟ!

ଜୀବନ ର ଏ କଳଙ୍କିତ ଅଧ୍ୟାୟ

କରେ କଳଙ୍କିତ ଚାରି ଯୁଗର ଦୁର୍ବୋଧ୍ୟ ପୀଢ଼ିଜୁ

ସତେକି ଅବତାରୀ ନର ଅଟେ ଅସହାୟ

ହେଉ ଅବା ସେ ବାମନ,

ରାମ, କୃଷ୍ଣ ଅବା ଜଗନ୍ନାଥ,

କିନ୍ତୁ କାହିଁ ଲିଭୁନାହିଁ ଏ ଯନ୍ତ୍ରଣlକ୍ତ ପୃଷ୍ଠା 

ଯୁଗର ପୋଥିରୁ, ପାଷାଣୀ ଅହଲ୍ୟାର

ବର୍ଷ ତମାମ କଷ୍ଟ, ଜନକ ନନ୍ଦିନୀ ର

ଆକୁଳ ଚିତ୍କାର ଅବା ଦ୍ରୌପଦୀ ର

ମୁକୁଳା କେଶ, ସର୍ବୋପରେ

ଆଜିର ଅନାମଧେୟ ପୃଷ୍ଠlରେ ଅସଂଖ୍ୟ

ଅକୁହା ସ୍ୱର, ତଥାପି ମୁଁ ଆଜି ସାଜିଛି ଲକ୍ଷ୍ମୀ,

ପୂଜିବି ମହା ଲକ୍ଷ୍ମୀ, ହେବ କାଳୀପୂଜା,

ପରମ୍ପରା ର ସୌଧ ରେ

ଚଢ଼ି, ଆମେ ବଜାଉଥିବା ବାଜା

ଦାବିଦେଇ ସେ କରୁଣ ସ୍ୱରକୁ

ଭୁଲିଯାଇ, ସମୟର ଛିଣ୍ଡା ଦଦରା ପୃଷ୍ଠା

ଜଳୁଥିବ ନିର୍ବିଘ୍ନ ପାର୍ବଣ ର ଶିଖା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract