STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ଶେଷ ଚିଠି

ଶେଷ ଚିଠି

1 min
158


ଜୀବନ ପରିଧି ମାପିବାକୁ ଯାଇ

ବଡ଼ ହଟହଟା ହେଲି

ଦେଖି ଦେଖୁ ଆଜି ଆୟୁଷ ସରିଲା 

ତଥାପି କିଛି କି ଦେଲି ?


ମିଶାଣ ଫେଡାଣ ଗୁଣନ ହରଣ 

କାର୍ଯ୍ୟକ୍ଷମ ଥିବାବେଳେ 

ଶାସନ ସଭିଙ୍କୁ ଚାବୁକ ସହିତ

ଏ ସଂସାର ଭବଜଳେ।


ଦେହ ଆଉ ଛାଇ ସମ୍ପର୍କ ଯେମିତି 

ଲୁହଠୁ ଅତି ନିଜର

ନିବିଡ଼ତା ମୋର ହୁଗୁଳା ପାଇଁ କି 

ହୋଇଗଲି ହତାଦର।


ବୟସ ବଢ଼ିବା କାରଣରୁ ଆଜି

ମୃତ୍ୟୁ ଆସି ହେଲା ଠିଆ

ସ୍ମୃତି ଯାହାଥିଲା ପାଶୋରିବା ହେଉ

ଏଇ ଶେଷ ଚିଠି ଖୋଲା।


ନୀଚ୍ଚ ପାପ କେତେ ଜୀବନେ କରିଛି

ହିଂସା ଘୃଣା ଆଉ ହତ୍ୟା

ଧର୍ଷଣ ଲୁଣ୍ଠନ ଶୋଷଣ କୁକର୍ମ

ମରୁଡି ବନ୍ୟା ଓ ବାତ୍ୟା।


ଭୂମିକମ୍ପ ଠାରୁ ସୁନାମୀ ସହିତ

ଖରା ବର୍ଷା ଶୀତ ଦେଇ

କନ୍ଦାଇ ମାରିଛି ସକଳ ବାସୀଙ୍କୁ

ଅହଙ୍କାରେ ସଦା ଚାହିଁ।


କାହାକୁ ଦେଇଛି ଅମୃତର ଚିଜ

କାହାକୁ ମେଞ୍ଚାଏ ବିଷ

ତଥାପି ହୃଦୟ ତରଳିଲା ନାହିଁ

ଏବେ ବି ସ୍ବାର୍ଥର ହସ।


ଚାଲି ଯାଉଅଛି ସଭିଙ୍କୁ ଛାଡ଼ିକି

ସାହସ ମୋର ହିଁ ନାହିଁ

କ୍ଷମା ମାଗିବାକୁ ସମ୍ମୁଖରେ ଆସି

ବିବେକ ବି ଡାକେ କାହିଁ?


ଶେଷ ଚିଠି ଆଜି ଡାକରେ ଦେଇଛି

ପଢ଼ିକି କ୍ଷମା କରିବ

ରହିବି ଯଦିରେ ସଭିଙ୍କର ମୁହଁ

ଚିହିଁକି ନିଶ୍ଚେ ମୋଡିବ।


ପୁରୁଣା ବର୍ଷ ମୁଁ ବିଦାୟ ନେଉଛି

ଅନୁତାପେ ଯାଏଁ ମରି

ଚେଙ୍କ ମାରୁଥିବ ପଛରୁ ସଭିଏଁ

ଶଳାପଦ ପଡୁଝରି।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract