STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଦୂରତା ନିରେଖି

ଦୂରତା ନିରେଖି

1 min
240


ସମସ୍ୟା ସମାଧାନ ଠୁଁ ଦୂରେଇ ଗଲେ

କେତେ କୋଶ ଦୂର

ସମ୍ମାନ ଅପମାନ ରେ ବଦଳି ଗଲେ

ପ୍ରତିଶୋଧ ବହ୍ନିରେ ଥରହର

ସାମାଜିକ ଆତ୍ମସମ୍ମାନ ଭୁଲୁଣ୍ଠିତ ହେଲେ

ମାରିବାକୁ କାଟିବାକୁ ତତ୍ପର


ଏହି ସବୁ ତେଲ ଲୁଣର ଜଞ୍ଜାଳ

ନିତି ଦିନିଆ ଜୀବନ ଯାପନରେ

ମଣିଷ ବଦ୍ଧ ପାଗଳ 

ଟେନସନ ହିଁ ଡିପ୍ରେସନ

 ବଢୁଛି ରକ୍ତଚାପ ମଧୁମେହ 

ରକ୍ତ ଶର୍କରାର 

ବାରମ୍ଵାର ପରୀକ୍ଷା ନିରୀକ୍ଷା 

ଖାଇବା ପୂର୍ବରୁ

ଖାଇ ସାରିବାର ଦୁଇ ଘଣ୍ଟା ପରେ ପୁଣି 

ତତ୍‌କାଳିକ 

ଛୁଞ୍ଚି ଫୁଡ଼ା ରକ୍ତ କଣିକା

ଶିରା- ପ୍ରସିରା ମିଳୁ ନ ଥିବାର

 ହଟହଟା ପ୍ରହସନ ।


କହିବାକୁ ଗଲେ

ମଣିଷ ଆଉ ମଣିଷ ହେଇ ନାହିଁ

ବଣା କରି ସାରିଲେଣି

ପିଚା ଗୋଡ଼ ହାତ

ଅନ୍ଧାରକଣା କରି ପ୍ରବଚନ ଦେଇ ଚାଲିଗଲେଣି

ବାବା ଗୋସେଇଁ ମାଳ ମାଳ ମାତାଜି ମାତ


ଖୁସିର କଥା

ଉତ୍ତର ମିଳିଯାଇଛି

ଫୁତ୍କାରରେ ଉଡେଇ କହୁଛି

ପ୍ରତ୍ୟୁତ୍ତର ଛାଡି

ତର୍କ ବିତର୍କ ବାକ ବିତଣ୍ଡା ତଡ଼ି

ନାଟକୀୟତା ମୁଁହ ମୋଡି

ମଧୁର ମିଥ୍ୟା କହିବା ନାହିଁ

ରାଗି ଅଗ୍ନିଶର୍ମ। ବି ହେବାର ନାହିଁ


କେବଳ ଗୋଟିଏ ଉପାୟ

ବନେଇ ନିଅ ଦୂରତା

ସଂପର୍କରେ ଦୂରୀକରଣ

ଶବ୍ଦ- ଦୂରତା ମୁଁହ-ଦୂରତା 

ମୋତେ ଲାଗୁଛି ପ୍ରକୃତ ପନ୍ଥା


ନିଜକୁ ପରିମାର୍ଜିତ କରିବା

ବଣିଆ ଯେମିତି

ଗହଣା ସଫା କରେ 

ଏସିଡ୍ ପକେଇ ଜଳେଇ 

ଚିନ୍ତାଧାରାକୁ ଟିକେ ମାର୍ଜିତ କରିନେବା

ନିଜକୁ ସମ୍ଭାଳିନେବା 

ସମୟ ଆପେ ଆପେ ସବୁ ଠିକ୍ କରିଦେବ

ଟେନସନ ନାହିଁ ହେବାର

ଦେବାର ଅଛି ବାରମ୍ଵାର ।


ଅହଂକାର ସବୁ ଉତାରି ଉଟାରି

ଛାଲି ଖୋଳପା ଛଡେଇ ସଫା କରି

ଗହଣା ଗୋଟିଏ କେବଳ

ମଣିଷ ପିନ୍ଧିବ ସବୁ ଭକୁଆ ଜଳ ଜଳ

ହସ କୁ ମୁଁହରେ ମାଖି 

ଦୂରେଇ ଯିବାର ଅଛି ପରଖି ନିରେଖୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy