STORYMIRROR

Aparajita Sarangi

Abstract Tragedy Classics

4  

Aparajita Sarangi

Abstract Tragedy Classics

ମୁକ୍ତି ପ୍ରଦୀପ

ମୁକ୍ତି ପ୍ରଦୀପ

1 min
361

ମୁକ୍ତି ପ୍ରଦୀପ ର ଜାଜ୍ଵଲ୍ୟମାନ ଶିଖାର ଲୋଭ

କରିଥାଏ ହ୍ରଦ କୁ ବ୍ୟଥିତ

ଅମାବାସ୍ୟା ର ଅମା ଅନ୍ଧକାରେ ଖୋଜିବୁଲେ

ବ୍ୟାକୁଳ ହୃଦୟ ଭିନ୍ନ ସେଇ ମୁକ୍ତି ଇଲାକାର 

ଦୀର୍ଘ ଅସମତଳ ପଥ

ପଡିଯିବାର ସମ୍ଭାବନା ଦୁର୍ଭାବନା ଭିତରେ

ଭାବିବସେ ଆଜି ମୁଁ କେଉଁଠି

ସତେକି ଏକ ଅଭାବନୀୟ ଘଟଣାର

ଅର୍ଦ୍ଧଭଗ୍ନ ସେତୁରେ ଠିଆ ହୋଇ

ଯେବେ କରେ ନିକ୍ଷେପ ମୋ ଦୃଷ୍ଟିକୁ

ସମ୍ମୁଖସ୍ଥ ଅସଜଡ଼ା ଭାଗରେ

ଅନ୍ତହୀନ ପୀଡ଼ାର ଜ୍ୱାଳା

କରିଦିଏ ମତେ କ୍ଷତ ବିକ୍ଷତ

ବିକଟାଳ ମୁଖା ପିନ୍ଧା ମୁହଁ ସବୁ

କରନ୍ତି ଟାହି ଟାପରା

ପକାଇ ଦେଇ ମନେ

ମୋର ଅସଫଳ ଜୀବନର ଫର୍ଦ୍ଦକୁ

ହାତ ରେଖାକୁ ନିରେଖି ଚାହେଁ

ପାଇଛି କ'ଣ ଅବା ପାଇବି କ'ଣ

ମୂଳରୁ ଚୂଳ ଯାଏଁ ଏ ଜୀବନ ବୃକ୍ଷ ଯେ

ବିଫଳତାର ମହାକାଳ ଫଳରେ ଭାରାକ୍ରାନ୍ତ

ମୁଦି ଦେଇ ଆଖି ଚାପି ଦେଇ ଶ୍ରୁତି

ଖୋଜିବସେ ପଥ ମୁକୁଳିଯିବାକୁ

ଯନ୍ତ୍ରଣା ର ଅଗନାଅଗନି ବନସ୍ତ ରୁ

ଯଦିଓ ସତ୍ୟ ଏକା ଯୁଗ ଯୁଗର

ଜନ୍ମ ରୁ ମୃତ୍ୟୁ ର ପାରାବାର

କରିବାକୁ ହେବ ପାରି

ଲୁକ୍କାୟିତ ଯହିଁ ମୁକ୍ତିର ପଥ

କର୍ମର ଅକ୍ଲାନ୍ତ ଢେଉରେ ଉଠି ପଡ଼ି

ଛୁଇଁବାକୁ ହେବ ମୁକ୍ତି ର ବାଲୁକା ରାଶି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract