STORYMIRROR

Dr Baman Chandra Dixit

Romance Tragedy

4  

Dr Baman Chandra Dixit

Romance Tragedy

ତୁମେ ଚାଲିଗଲ ବୋଲି

ତୁମେ ଚାଲିଗଲ ବୋଲି

1 min
229

ଛାତି ତଳେ ଯେଉଁ ହୃଦୟଟି ଥିଲା

ହସି ହସି ଦେଲ ଜାଳି

ଆଜି ବି ଜଳୁଛି କୁହୁଳି କୁହୁଳି

ତୁମେ ଚାଲିଗଲ ବୋଲି।।

କହିବି କହିବି ଭାବୁ ଭାବୁ କିଛି

କହି ତ ପାରିଲି ନାହିଁ

ମନର କଥା ମୋ ମନରେ ରହିଲା

ତୁମେ ଚାଲିଗଲ ବୋଲି।।

ଫେରିବ କି ନାହିଁ କେମିତି ଜାଣିବି

କହି ନଥିଲ ବି ତୁମେ

କେବଳ ଏଇଠି ଅନେଇ ବସିଛି

ତୁମେ ଚାଲିଗଲ ବୋଲି।।

ଯିବା ଆସିବାର ମଝିରେ ଜୀବନ

ସରିବ ସରିବ ହେଲା

ବୁଝେଇ କେମିତି କହିବି କାଳ'କୁ

ତୁମେ ଚାଲିଗଲ ବୋଲି।।

ପବନ ଚାଲୁଛି ନାକପୁଡା ଦେଇ

ଜୀବନର ହସ୍ତାକ୍ଷର

କେମିତି ତେଜିବି ଲେଉଟିବା ଆଶା

ତୁମେ ଚାଲିଗଲ ବୋଲି

ଆଜି ବି ଉଇଁଛି ପୂରୁବେ ସୁରୁଜ

ସେଇଠି ଉଇଁବ କାଲି

ବାଉଳା କବାଟ ମୁକୁଳା ଶିକୁଳି

ତୁମେ ଚାଲିଗ ବୋଲି।।

ନଫେରିବ ନାହିଁ ଅଭିଯୋଗ ନାହିଁ

ନାହିଁ କହିବନି କେବେ

ଚାହିଁବାର ନିଶା ମରି ମୋ ନ'ଯାଉ

ତୁମେ ଚାଲିଗଲ ବୋଲି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance