Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

4  

Panchanan Jena

Tragedy

ମୃଗୟା

ମୃଗୟା

1 min
292



କାହାପାଇଁ ତୁମେ 

ମଧୁ ଯାମିନୀର ମଧୁଶାଳା

ମଧୁର ଲଗନେ ରଚିତ ଖଚିତ

ମଧୁମାସ ମୁଖଶାଳା ।


କାହାପାଇଁ ତୁମେ 

ମୃଗନୟନୀ ନାୟିକା ଶୈଳବାଳା

 ମନ୍ଦହାସୀ ଚାରୁଶିଳା

ମୁକୁତା ରହିତ ବଂଚିତ

ସର ଲବଣୀ ପିତୁଳା 

ମ୍ରିଦୁଳା ମିଷ୍ଟଭାଷୀ ଲଜ୍ୟାଶିଳା ।


କାହାପାଇଁ ତୁମେ

ମୁଗ୍ଧା ପ୍ରେମୀକା ଗିରିବାଳା

 ଆଜାନୁଲମ୍ବିତ କୁନ୍ତଳା

ଫୁଲ ଚନ୍ଦନର ସୁବାସ ବିତରି

ଚନ୍ଦନ ଚର୍ଚ୍ଚିତା ଅର୍ଚ୍ଚିତା ମେଘମାଳା ।


ଛାଡ଼ ସେ କଥା 

ମର୍ମ ବେଦନା ବ୍ୟଥା

ତୁମ ମୁଖମଣ୍ଡଳ ବାହୁ ଯୁଗଳ 

ମନେ ପଡ଼ିଗଲେ

ବିହ୍ଵଳ ପାଗଳ ବିଲ୍ଵମଙ୍ଗଳ ପରି

ଝୁରି ବୁଲେ ମୁଁ 

ଖାଇ ଦେଇ ପେଟେ ପଖାଳ |


ମୋ' ପାଇଁ ତୁମେ 

ଅଜ୍ଞାତ ଅନାମଧେୟ ଅମୃତଫଳ ମାୟା

ଲାବଣ୍ୟବତୀ ସମ ଦୀର୍ଘ କେଶର ଛାୟା

ମହମ ପିତୁଳା ସିଂହକଟୀର କାୟା

ପଦ୍ମ ପାପୁଲିର କୋରକିତ ଜାୟା

ଆଘ୍ରାଣ କରିବାକୁ ଥରେ

ମନ ସ୍ପନ୍ଦନରେ ଜାଗେ

ଆସୁରିକ ପ୍ରବୃତ୍ତି ମୃଗୟା ।


ଭାବୁ ଭାବୁ ଜୀବନ ପଥ ମୋ 

ମିଶିବ ଦିଗବଳୟ ତଳେ

ଅବୁଝା ଅଶୁଝା ରହିଗଲା ଜାଣ

ତୁମ ଭୂଜ-କରଜ ପାଉଣା

ପାଶୋରି ପାରୁନି ପହଁଛି ଅସ୍ତାଚଳେ ।


Rate this content
Log in

Similar oriya poem from Tragedy