ଦରଜ ର ମୁରୁଜ
ଦରଜ ର ମୁରୁଜ


ମନ ନିରବୀ ଯାଏ
ଇଚ୍ଛା ନିରବୀ ଯାଏ
ହେଲେ ଛାତି ଅହର୍ନିଶ ସଂଗ୍ରାମ ର
ଦରଜ କୁ ଜାବୁଡ଼ି ଧରିଥାଏ.......।
ମଜବୁତ୍ ପନ୍ଦର ଇଞ୍ଚିଆ କଂକ୍ରିଟ୍ କାନ୍ଥ ର ଛାତିରେ
ଦୁର୍ବଳ ସଂପର୍କ ଗୁଡ଼ିକ ର ଭଗ୍ନାବଶେଷ ର ଦରଜ ତ...
କେବେ ଭୟଙ୍କର ବନ୍ୟାଜଳକୁ ରୋକିଥିବାବନ୍ଧଟି ର ଦରଜ
କେବେ... ମାଟି ର ବନ୍ଧ୍ୟାପଣ ର ଭାରତଳେ ଚାପିହୋଇ
ଶାଖାରେ ଝୁଲୁଥିବା ପଞ୍ଜରା ହାଡଟିର ଛାତି ଦରଜ ତ...
କେବେ ବିଶ୍ୱାସଘାତକତା କରିଥିବା ଆତ୍ମୀୟ ଶରଟିରେ
ଶିକାର ହେଇଥିବା ଧନୁ ଟିର ଦରଜ
କାହା ଛାତି ର ବେଦନା ବାଖାଣିବି
ଗୋଟାଏ ନିରୀହ ନିର୍ଦ୍ଦୋଷ ଛାତି ର କେତେ ଯେ ଦରଜ.....
ଛାତି ଭିତର ଟା ଅସହ୍ୟ ବେଦନା ର ଭଣ୍ଡାର
ଗୋଟାଏ ହୃଦଘାତେ ଚାଲିଯିବା କେତେ ସହଜ
ହେଲେ ବଞ୍ଚିବାକୁ ହୁଏ ତାକୁ ପାଇ ପ୍ରତ୍ୟହ
ଅଳପ ... ଅଳପ କ୍ଷଣପ୍ରଭା ର ପ୍ରହାର ।
ଏକା ଛାତି ଜାବୁଡ଼ି ଧରିଥିଲା
ଅସମାପ୍ତି.......ଅସୀମ ଚିନ୍ତା ମାନଙ୍କ ସହ
ନିଜ ନିବିଡ ସଂପର୍କ କୁ
ଆପଣାର କେହି ବି ନ ଥିଲେ
ଏଠି ଦରଜ ବାଣ
୍ଟିବାକୁ.........
ଏକାନ୍ତେ ନିଗାଡି ଥିଲା କେଇ ଟୋପା ଲୁହ
ଛତ୍ରଭଙ୍ଗ ହୋଇ ବାହୁଡ଼ିଗଲେ ସବୁ ଛାତି ଭିତରକୁ
ଅସମର୍ଥ ଥିଲା ଛାତି ଦରଜ ଭୁଲିବାକୁ
ବଖାଣି ଦେଲି ଛାତିତଳ ଅକୁହା ଦରଜ ମସ୍ତିଷ୍କ ଆଗେ
ତା' ଆଦେଶେ ତୁଣ୍ଡ ଯେ କେତେକଣ ବକିଗଲା
ଲୋକେ କହିଲେ ପାଗଳ ଟେ .....
ଭରା ନୟନ ଆଗେ କାଳିମା ଘୁଟେ
ଛାଇ ଟା ନିଜର ବୋଲି ଭାବିଥିଲି
ସିଏ ବି ଛାଡ଼ି ଚାଲିଗଲା ବହଳେ ଅନ୍ଧାର ଦେଇ
ଦରଜ ରେ ଭାରାକ୍ରାନ୍ତ ଛାତି ତଥାପି ଆଗେଇ ଚାଲିଲା...
ହଠାତ୍...
ଗୋଟାଏ ହୃଦ୍ ଘାତ୍ ର ବିସ୍ପୋରଣ ରେ
ଛାତିଟା ହସ୍ପିଟାଲ୍ ର ବେଡ୍ ଉପରେ ପଡିଥିଲା
ନିସ୍ତେଜ୍ ଛାତିଟା ଏବେ ବି ସବୁ ଦରଜ ସାଇତି ଥିଲା ।
ଅସମ୍ଭାଳ ସେ ଦରଜ...
ଅସହ୍ୟ ସେ ବେଦନାର ଭଣ୍ଡାର
ଉଦ୍ଗିରିତ ଦରଜ ଲଭାରେ ଫାଟିଗଲା ଛାତି କାନ୍ଥଟା
ବହିଗଲା କିଛି ଲହୁ....ଆଉ କିଛି ଲୁହ
ଦରଜ ତଥାପି ଛାତି ଭିତରେ ଚାପି ହୋଇ ରହିଥିଲା ।
ଜୀବନ ଆଉ ମୃତ୍ୟୁ ର ରଣ ଚାଲିଥିଲା
ଆଉ ଛାତି ଟା ରଣଭୂମି ଥିଲା
ସବୁକିଛି ଦରଜ ତାକୁ ହିଁ ତ ସାଉଁଟି ବାର ଥିଲା ।