STORYMIRROR

Snigdha Nayak

Inspirational Others Children

4  

Snigdha Nayak

Inspirational Others Children

ଆସିଛି ବରଷା

ଆସିଛି ବରଷା

1 min
297


ଚାଷୀ ଭାଇର ସେ ଯେ ବଡ଼ ଭରସା

କରିବ ଆରମ୍ଭ ସିଏ ଚାଷ

ମୁଖେ ଫୁଟାଇ ହସ 


ଶୁଷ୍କ ମୃତ୍ତିକା ହେଲାଣି ଓଦା

ବିଲରୁ ହଟାଇ ଅନାବନା ବୁଦା

ଫସଲ ପାଇଁ ଚାଲିଛି ବିହନ ବୁଣା

ଖୋଜୁଛି ଗୋପାଳ

ଚାରିବାକୁ ଯାଇ ତା'ବଳଦ

ହୋଇଛି ବାଟବଣା


ପାଇ ବରଷା ପାଣି ବୁନ୍ଦା ଛେଚ

ଥୁଣ୍ଟା ବୃକ୍ଷ ବି ହେଲାଣି ସବୁଜ

ରଙ୍ଗ ବିରଙ୍ଗ ଫୁଲେ

ଆଉ ନାନା ରକମ ଫଳେ

ଝୁଲି ଝୁଲି ହସିବ ସିଏ

ନେଇ ଖୁସିରେ ଫୁଲ ଫଳ ଡାଳେ


ଖୁସିରେ ନାଚିଲାଣି ପିକ

ନାଚି ନାଚି ସାଙ୍ଗସାଥୀଙ୍କୁ ଦିଏ ଡାକ

ଭସାଇଲେଣି କାଗଜ ଡଙ୍ଗା

ପିଲାଏ ଗାଁ'ଯାକ


ପୋଖରୀ ତୁଠେ ବେଙ୍ଗ ବେଙ୍ଗୁଲି କେ କଟର

ଚାଲିଛି ଘରେ ଘରେ ଭଜା ଚଣା ମଟର

ଉପରେ ପାଣି ଢଳ ଢଳ ତଳେ ସାରୁ ପତର

ମୁଷଳ ବରଷା ଦେଖି ଘରଚଟିଆ ହୁଏ କାତର


ଓଦା ମାଟିରେ ନାଲି ଡୁଗୁ ଡୁଗୁ ସାଧବ ବୋହୂ

ଛାତରେ, କା' କା' କରି ରାବଇ କାଉ

ହେଲାଣି ବେଳ, ବିଳମ୍ବ ନ କର ଆଉ

ପଢିବା ପାଠ ,ବାକି ଖେଳ କାଲି ପାଇଁ ରହୁ 


ବରଷା ଟିକେ ଗଲାଣି ଛାଡି

ବଉଦ ତଳୁ ମୁହଁ ଟି କାଢ଼ି

ଇନ୍ଦ୍ରଧନୁ ଟିଏ ଆକାଶେ ଦେଲାଣି ବୁଣି

ହେଲାଣି ଢାଙ୍କି ପୁଣି ବାଦଳ ଖଣ୍ଡିଏ ଆଣି


ବରଷା କୁ ପାଇ ହସେ କ୍ଷେତ

ଅଟଇ ସିଏ ସଭିଙ୍କ ମିତ

ତା'ଯୋଗୁଁ ହୁଅଇ ଜୀବନ ସଂଚରିତ

ତା' ବିନୁ ନା ରହିବେ ଜୀବ

ନାଁ ରହିବ ଆମରି ଏ ଜଗତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational