STORYMIRROR

Snigdha Nayak

Abstract Classics Others

4.5  

Snigdha Nayak

Abstract Classics Others

ଜୟ ହନୁମାନ

ଜୟ ହନୁମାନ

1 min
355


ଜୟ ଜୟ ଜୟ ହନୁମାନ

ଜପୁଥାଅ ତୁମେ ସର୍ବଦା ଶ୍ରୀରାମଙ୍କ ନାମ

ପ୍ରଭୁ ଶ୍ରୀରାମଙ୍କ ଚରଣେ ତୁମ ଧ୍ୟାନ

କରେ ମର୍ତ୍ୟ ମଣ୍ଡଳେ ଯିଏ ଶ୍ରୀରାମ ଙ୍କ ଗୁଣଗାନ

ତା'ମାନ ରଖନ୍ତି ସ୍ୱୟଂ ପ୍ରଭୁ ହନୁମାନ ।।


ତ୍ରେତୟା ଯୁଗ କଥା

ପୃଥିବୀ ପୃଷ୍ଠେ ବଢ଼ିଲା ପାପଭାର

ପାପମୁକ୍ତ କରିବା ପାଇଁ ନେଲେ ଶିବଶମ୍ଭୁ ଅବତାର

ମାତା ଅଂଜନି ଙ୍କ ଗର୍ଭରୁ ହେଲେ ଜାତ

ମହିମା ତାଙ୍କର ଅପରମ୍ପାର ।।


ଦିନେ ମାତା ହନୁମାନଙ୍କୁ ଶୁଆଇ

ଗଲେ ପୂଜାଫୁଲ ତୋଳିବା ପାଇଁ ନେଇ ଟୋକେଇ

ନିଦରୁ ଉଠି ନପାରି ଭୋକ ସମ୍ଭାଳି

ନାଲି ସୁରୁଜ କୁ ଫଳ ମନେକରି 

ଲେ ଦେବେ ବୋଲି ଗିଳି

ବାଲ୍ୟକାଳ ର ଦେଖିଏ ସାହସ

ଦେବଗଣଙ୍କ ହେଲେ ବେହୋସ ।।


ଦ୍ବାରକୁ ଗଲେ ତାଙ୍କର

ଅଜ୍ଞାନ ହୁଏ ଦୂର

ମଙ୍ଗଳ ମୁରତି କରୁଣା ର ସାଗର

କରନ୍ତି ସଦା ଜଗତ ର ଉଦ୍ଧାର

ଭକ୍ତଙ୍କ ସେ ଭାବ ସାଗର

ମହିମା ତାଙ୍କର ଅପରମ୍ପାର ।।


ଶତ୍ରୁ ର କରନ୍ତି ବିନାଶ

ଭକ୍ତଜନ ଙ୍କୁ ନ କରନ୍ତି ନିରାଶ

ବିପଦ କାଳେ ତାଙ୍କୁ ସୁମରିଲେ

ଦିଅନ୍ତି ବଳ ଓ ସାହସ

ତାଙ୍କ ମୁଖରେ ଶ୍ରୀରାମ ନାମ

ପ୍ରଭୁଙ୍କ ନାମ ଜପିବା ତାଙ୍କ କାମ

ଜଗତେ ସିଏ ସବୁଠୁ ଵଳବାନ

ଜୟ ଜୟ ଜୟ ଶ୍ରୀ ହନୁମାନ ।।



Rate this content
Log in

Similar oriya poem from Abstract