STORYMIRROR

Snigdha Nayak

Inspirational Others Children

3  

Snigdha Nayak

Inspirational Others Children

ଗ୍ରହଣ

ଗ୍ରହଣ

1 min
180

ଶୁଣ !ଗୋପାଳ

ଶୁଣଲୋ ଜୁଲି

ଯିବାନି କାଲିକି ଟିଉସନ

କି ଯିବାନି କୁଆଡେ ବୁଲି ।


ହଇଲୋ, ମିନା

ହୋଇଛି କଅଣ..?

ମିଛି ମିଛିକା କରୁଛୁ କି ହଇରାଣ ..?


ଗାଁ'ପୂଜାରୀ କହିଛନ୍ତି ଆସି

ଗ୍ରହଣରେ ପରା କାଲି ,ରହିବ ଶଶୀ

ପଦାକୁ ବାହାରିବନି

କି,କିଏ କୁଆଡେ ଯିବନି।


କରିବା ତହିଁରେ ପୁଣି ପାକତ୍ୟାଗ

ଛାଡ଼ିଲେ ଗ୍ରହଣ,ଗାଧୋଇବା ଯାଇ ଆଗ

ନମାନିଲେ, ହେବ ବଡ଼ ବିପଦ

ରଖିବାନି କି ନିଜକୁ ନିରାପଦ?


ଶୁଣି ଗୋପାଳ ହସୁଛି

ବିଜ୍ଞାନ ବହିରେ ପରା ଲୋ ସବୁ ଲେଖାଅଛି

ଚିଡି ଯାଇ କହି ଚାଲିଛି

ବୁଦ୍ଧିଭ୍ରଷ୍ଟ କି ତୋର ହୋଇଛି?


ପରିକ୍ରମଣ ସମୟେ ସୂର୍ଯ୍ୟ ଆଉ ଶଶୀ  

ମଝିରେ ପୃଥିବୀ ଆସେ ଯେବେ ,

ଶଶୀ ଲୁଚିଯାଏ ପୃଥିବୀ ପଛରେ 

ଆଉ ତା'ଛାୟା ପଡେ ତା'ଉପରେ ସେବେ,

କରି ତିଆରି ସରଳରେଖା ହୁଅନ୍ତି ଛିଡା ଜାଣତ

ସୂରୁଜ ଆଲୋକେ ନହୁଏ ଶଶୀ ଆଲୋକିତ ।


ଏଇତ ଗ୍ରହଣ

ଆଉ ଜାଣ,ଏହାର ବୈଜ୍ଞାନିକ କାରଣ

ଏଥିରେ ଶୁଭ,ଅଶୁଭ କିଛିନାହିଁ

କି, କୋଉ ରାକ୍ଷସ ,ଶଶୀକୁ ଗିଳେନାହିଁ

 

ସବୁ ଲୋକଙ୍କ ଅନ୍ଧବିଶ୍ଵାସ

ପାଠୁଆ ପିଲା ପରା

କରୁଛ ପୁଣି ବିଜ୍ଞାନ ଉପରେ ଅବିଶ୍ଵାସ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational