STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ଶୀର୍ଷକ:- ହେ ଜ୍ଞାନୀ

ଶୀର୍ଷକ:- ହେ ଜ୍ଞାନୀ

1 min
168


ଏ ବା ତୁ କଣ କରୁଛୁ


ତୋତେ ଯିଏ ଲାଳନ ପାଳନ କରିଛି 


ଶିକ୍ଷା ମଣିଷ କର୍ତ୍ତବ୍ୟ ଦେଇଛି 


ଦୁନିଆ ଦେଖିଛୁ ଯାହାଙ୍କ ଦ୍ବାରା 


କିମ୍ପା କରୁ ତିରସ୍କାର?


ପତ୍ନୀ ଆଉ ସନ୍ତାନ ପାଇଁ


ଧିକ୍କାର ତୋ ଜୀବନ


କି ଜ୍ଞନୀ ତୁ


କି ଶିକ୍ଷା ତୁ ପାଇଛୁ 


କରୁ ଅବହେଳା ବୃଦ୍ଧକାଳେ 


ପିତୃମାତୃ ସେବା କର୍ତ୍ତବ୍ୟର


ନାହୁଁ କିମ୍ପା କରି ପାରୁ ?..............


କି ସନ୍ତାନ ଅଟୁ


କି ବା କର୍ମ କରୁଛୁ


ଗୃହ ଆଶ୍ରମର


ଜିଅଁନ୍ତା ଦେବତା


ବୃଦ୍ଧ ଆଶ୍ରମେ ତାଙ୍କୁ ରଖିଛୁ.............


ଏହୁ କି ସନାତନ ସଂସ୍କୃତି ସଂସ୍କାର 


କିଏ ବା ଶିକ୍ଷା ଦେଉଛି


କଥାକୁ ତୁ ତା ମାନୁଛୁ


ଅଜ୍ଞାନୀ କିମ୍ପା ସାଜିଛୁ ?


ମନୁଷ୍ୟ କର୍ତ୍ତବ୍ୟ


ନାହିଁ ମନେ କିବା 


ଖୁସି ଆନନ୍ଦରେ ତୁହି 


ପିତୃମାତୃ ଛାଡି 


ସନ୍ତାନ ଓ ପତ୍ନୀ ସଙ୍ଗରେ


ଆରାମେ


କାଳ କାଟୁଛୁ...............


ହେବ ପୁନରାବୃତ୍ତି ଅବଶ୍ୟ 


ଜାଣି କି ନାହୁ ଅବା ଶାସ୍ତ୍ର ପଢି ନାହୁ 


ନିଶ୍ଚୟ ଆସିବ ଜୀବନେ ତୋର 


ହେ ଜ୍ଞାନବନ୍ତ ପୁତ୍ର !!


ସଭାପତି ଉତ୍କଳ ସମ୍ମିଳନୀ ଷଢେ଼ଇକଳା ଖରସୁଆଁ ଜିଲ୍ଲାର ରାଜନଗର ବ୍ଳକ ଶାଖା ଝାଡ଼ଖଣ୍ଡ ରାଜ୍ୟ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract