STORYMIRROR

Sunanda Mohanty

Abstract Tragedy Inspirational

4  

Sunanda Mohanty

Abstract Tragedy Inspirational

ଚାଚା ଫେରିଆସ

ଚାଚା ଫେରିଆସ

1 min
357


କାହିଁକି ବଢୁଛି ବାୟୁରେ ବିଷ

ଛଡାଇ ନେଇଛି କିଏ ଶିଶୁର ହସ

କାହିଁକି ବଢୁଛି ଜଳରେ ଗଛ ସୋରିଷ

ଶିଶୁର ଆଖିରେ ଫୁଟୁନି ପଦ୍ମ ହସ

କାହିଁକି ବଢୁଛି ପ୍ରଦୂଷଣ ବିଷ

ଶିଶୁ ମନେ ଯେଣୁ ନାହିଁ ସରସ

ଯୁଦ୍ଧ ଆତଙ୍କ ବିଭୀଷିକାର କରାଳ ଗ୍ରାସ

ଛଡାଇ ନେଇଛି ଶିଶୁର ପାଖୁଡେ ହସ

ଚନ୍ଦ୍ରରେ ସୂର୍ଯ୍ୟରେ ଗ୍ରହଣ ପରାଗ ଦୋଷ

କେମିତି ଫୁଟିବ ଶିଶୁ ଓଠେ ସ୍ମିତହାସ୍ୟ

ଜଳରେ ସ୍ଥଳରେ ଗଗନେ ପବନେ ରୋଷ

ଶିଶୁର ଆଖିରେ ଭୟ ସହସ୍ର

ଶିଶୁ ଖୋଜୁଛି ଚାଚା ନେହେରୁ ସ୍ପର୍ଶ

ଆସ ଫେରିଆସ ଗୋଲାପ ମହକେ ବାସ

ଶିଶୁ ହସିବ ନଥିବ ଭୟ ସନ୍ତ୍ରାସ

ପାଣି ବହିବ ତଳକୁ ପ୍ରଖର ସ୍ରୋତ

ପବନ ବହିବ ଉତ୍ତରା ନଥିବ କ୍ଳେଶ

ପ୍ରଦୂଷଣ ମୁକ୍ତ ଦୁନିଆଁରେ ପସରା ହସ

ଯୁଦ୍ଧ ଆତଙ୍କ ବିଭୀଷିକାର କରାଳ ନଥିବ ଲେଶ

ଶିଶୁ ହସରେ ଜଗତ ବଶ ଭରି ସୁବାସ

ଧେଇ ଧେଇ ଧେଇ ତାଥେଇ ତାଥେଇ ପାଦ ସ୍ପର୍ଶ

ନାଚିବ ମେଦିନୀ ଫୁଟିବ ପଦ୍ମିନୀ ଚାଚା ଆସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract