STORYMIRROR

Aparajita Sarangi

Abstract Tragedy Classics

4  

Aparajita Sarangi

Abstract Tragedy Classics

ଅନାମଧେୟ

ଅନାମଧେୟ

1 min
331

ଅପେକ୍ଷିତ ସେ ମୁହୂର୍ତ୍ତ ର

ଯେଉଁଦିନ ଆସି ଦେଖାଦେବ

ବଖାଣିବି ଅନେକ ଅକୁହା କଥା

ଗୁମର ଖୋଲିବ ସେ ବିଗତ ଦିନର

ସତେକି ଫିଟିଯିବ ଗଣ୍ଠି ମନୋମାଳିନ୍ୟର

ହଜିଯିବା ଏକ ଆରେକର ଚକ୍ଷୁ ପାରାବାରେ

ଉଠୁଥିବ ପ୍ରେମର ତରଙ୍ଗ

ତମେ ଚାହିଁଥିବ ମୁଁ ଚାହିଁଥିବି

ଯଦିଓ ଥିବ ଦୂରତା ଶରୀରର

ହଁ ଏ ତ ମନର ସାକ୍ଷାତ

ଅଚେତନ ରେ ହେଉ ଅବା ଚେତନ ରେ

ତମେ ନୀରବ ମୁଁ ବି ନୀରବ

କହୁଥିବ କଥା ସେ ନୀରବତା

ରହିଯିବ କଣ୍ଟା ସେ ସମୟ ଘଡ଼ିର

ଘୁରୁଥିବା ଆମେ ସ୍ୱପ୍ନ ବଳୟ ରେ

ବିଦାୟ ଘଡ଼ିରେ ପଚାରିବ

କହିଦିଅ ନାମ କଣ ଏ ସମ୍ପର୍କ ର

ନାମ ଟା ଯେ ସମ୍ପୂର୍ଣ୍ଣ ଅନାମଧେୟ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract