Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

4  

Bharatabandhu Biswal

Action Inspirational Others

ବର୍ଷା ଓ ଚାଷୀ

ବର୍ଷା ଓ ଚାଷୀ

1 min
370



ଚାତକ ପରାଏ ବରଷାକୁ ଚାହିଁ

ରହିଥାଏ ଚଷାଭାଇ

ବରଷା ଆଗମେ ମନ ତାର ଖୁସି

ମୁହଁରେ ହସ ଫୁଟଇ ।


କିଆରୀରେ ଧାନ ତଳି ଛନ୍ନ ଛନ୍ନ 

ଲୋଡେ ରୁଆ ବେଉଷଣ

ମିଳେ ନାହିଁ ତର ଚାଷୀକୁ ଘଡିଏ 

ଖଟେ ସକାଳରୁ ସଞ୍ଜ ।


ଚମକେ ବିଜୁଳି ମାରେ ଘଡଘଡି

ବରଷଇ ଝରଝର

ତଲେଇ ପଖିଆ ପାଇକଛା ମାରି

କରେନି ଚାଷୀ ଖାତିର ।


କଣ୍ଠୁ ତାର ଝରେ ଛାନ୍ଦ ଚଉପଦୀ

ମନବୋଧ ଚଉତିଶା

ମନଫୁଲା ଗୀତେ ଚାଷୀ ଭୁଲେ କଷ୍ଟ 

ଘାରେ ତାକୁ କର୍ମ ନିଶା ।


ଘନିଷ୍ଠ ନିବିଡ ଚାଷୀର ସମ୍ବନ୍ଧ 

ବର୍ଷା ସହ ଅନ୍ତରଙ୍ଗ 

ଉଦ୍ଭବେ ଉତ୍ପନ୍ନେ ସୁନାର ଫସଲ

ବତୁରେ ସବୁଜ ସ୍ୱପ୍ନ ।



Rate this content
Log in

Similar oriya poem from Action